ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ ଗିରଫ

ଲକ୍ଷ୍ନୌ:  ବିଜେପି ସାଂସଦ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଚିନ୍ମୟାନନ୍ଦଙ୍କୁ  ବ୍ଲାକ୍‌ମେଲ୍‌ କରି ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ଆଜି ସକାଳ ୯.୧୫ରେ ଯୁବତୀଙ୍କ ଘରୁ ତାଙ୍କୁ ଗିରଫ କରିଛି ୟୁପି ଉତ୍ତର ପ୍ରଦେଶର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ। ଗରିଫ ପରେ ଯୁବତୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଯୁବତୀଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲ ପୁଲିସ କହିଛି।

ଏହା ପୂର୍ବରୁ ଆରେଷ୍ଟକୁ ବିରୋଧରେ ଯୁବତୀ ଜଣକ ସ୍ଥାନୀୟ କୋର୍ଟରେ ବେଲ୍ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରିନେଇଛନ୍ତି। ଗୁରୁବାର ଦିନ ଏହାର ଶୁଣାଣି ହେବ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇଟି ଯୁବତୀଙ୍କ ଏ ସମ୍ପର୍କିତ ଜେରା କରିସାରିଛି।

ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗରେ ଯୁବତୀଙ୍କ ସହ ସାମିଲ ଥିବା ୩ ଜଣ ଯୁବକ ସଞ୍ଜୟ, ସଚିନ, ଏବଂ ବିକ୍ରମଙ୍କୁ ମଧ୍ୟ ପୁଲିସ ଗରିଫ କରିଛି। କିନ୍ତୁ ଏମାନଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ୍ କରିଦେଇଛନ୍ତି ସ୍ଥାନୀୟ କୋର୍ଟ।

ଟଙ୍କା ମଗାଯାଇଥିବା ମୋବାଇଲ୍‌କୁ ଜବତ କରିବା ପାଇଁ ମଙ୍ଗବାର ଏସ୍‌ଆଇଟି ଏହି ୩ ଯୁବକଙ୍କ ମଧ୍ୟରୁ ଦୁଇଜଣ ସଚିନ୍‌ ଓ ବିକ୍ରମଙ୍କୁ ୯୫ ଘଣ୍ଟା ପାଇଁ ରିମାଣ୍ଡରେ ନେଇଥିଲା। କିନ୍ତୁ ସେମାନେ ମୋବାଇଲ୍‌ ଫିଙ୍ଗି ଦେଇଥିବା ଏସ୍‌ଆଇଟି ପାଖରେ ସ୍ୱୀକାର କରିଛନ୍ତି ବୋଲି ସୂଚନା ମିଳିଛି।

ପୂରା ଘଟଣା ଏମିତି…
ସାହଜାହାନପୁର ଆଇନ ବିଭାଗରେ ପଢ଼ୁଥିବା ଏହି ୨୩ ବର୍ଷୀୟା ଛାତ୍ରୀ ଜଣକ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବର୍ଷେ ହେବ ଚିନ୍ମୟାନନ୍ଦ ତାଙ୍କ ସହିତ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଗତ ମାସରେ ଯୁବତୀ ଜଣକ ଚିନ୍ମୟାନନ୍ଦଙ୍କ ବିରୋଧରେ ହାରାସ୍‌ମେଣ୍ଟ ଅଭିଯୋଗ ଆଣି ସୋଶାଲ୍‌ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଏହାପରେ ସେପ୍ଟେମ୍ବର ଦୁଇରେ ସୁପ୍ରିମକୋର୍ଟ ଏହି ଘଟଣାକୁ ଗୁରୁତର ସହ ନେବା ସହିତ ଯୁବତୀଙ୍କ ପରିବାରକୁ ସୁରକ୍ଷା ସହିତ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବା ପାଇ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like