ରିପବ୍ଲିକ୍‌ ଟିଭି ଏଡିଟର ଅର୍ଣ୍ଣବ ଗୌସ୍ୱାମୀଙ୍କୁ ୧୦ ଘଣ୍ଟା ଜେରା

ମୁମ୍ବାଇ: କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଟିପ୍ପଣୀ ମାମଲାରେ ରିପବ୍ଲିକ୍ ଟିଭି ଏଡିଟିର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଧରି ଜେରା। କଂଗ୍ରେସର ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଆଜି ସକାଳୁ ଜେରା କରୁଛି ମୁମ୍ବାଇର ଏନଏମ୍ ଜୋଶୀ ମାର୍ଗ ପୋଲିସ। ସକାଳ ୯ଟା ୨୦ରୁ ସେ ଥାନାକୁ ଯାଇଥିବା ବେଳେ ସେବେଠୁ ପୋଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି।

ମହାରାଷ୍ଟ୍ରର ପଲଘର ଅଞ୍ଚଳରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ ସୋନିଆଙ୍କ ନୀରବତାକୁ ନେଇ ରିପବ୍ଲିକ୍ ଟିଭି ସୋରେ ତାଙ୍କୁ ସମାଲୋଚନା କରିଥିଲେ ଅର୍ଣ୍ଣବ। ଏ ନେଇ କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଗତକାଲି ଏନଏମ୍ ଯୋଶୀ ଥାନାରେ ହାଜର ହେବା ଲାଗି ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ୧୨ ଘଣ୍ଟା ଭିତରେ ଦୁଇ ଦୁଇ ଥର ନୋଟିସ୍ ଜାରି କରିଥିବା କଥା ରିପବ୍ଲିକ୍ ଟିଭି ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ସକାଳେ ସେ ଥାନାକୁ ଯିବା ପରେ ତାଙ୍କୁ ଜେରା ନାଁରେ ଏଭଳି ହଇରାଣ କରାଯାଉଥିବା କୁହାଯାଉଛି।

ସେପଟେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ସୋନିଆଙ୍କୁ ଟିପ୍ପଣୀ ମାମଲାରେ ପୂର୍ବରୁ ଅର୍ଣ୍ଣବଙ୍କୁ ୩ ସପ୍ତାହ ଯାଏଁ ଗିରଫ ନକରିବା ଲାଗି ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like