ଅର୍ଣ୍ଣବଙ୍କୁ ଜାମିନ ଶୁଣାଣିବେଳେ କାହିଁକି ଉଦ୍ଧବ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ ?

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ଯେଉଁଠି ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି, ହାଇକୋର୍ଟ ଗୁଡିକ ଯଥେଷ୍ଟ କାମ କରୁନାହାନ୍ତି।  ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟଗୁଡିକ ସାମ୍ୱିଧାନିକ କୋର୍ଟ, ତେଣୁ ସେମାନଙ୍କଠାରୁ ଏପରି ଆଶା କରାଯାଏ ନାହିଁ କହି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଜାମିନ ଆବେଦନର ଶୁଣାଣି ହୋଇଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ ବିରକ୍ତି ପ୍ରକାଶ କରି କହିଥିଲେ ଯେ, ଯଦି ଆଜି ସୁପ୍ରିମକୋର୍ଟ ଏଥିରେ  ହସ୍ତକ୍ଷେପ ନକରନ୍ତି , ତେବେ ବ୍ୟକ୍ତିଗତ ସ୍ୱାଧୀନତାକୁ ଧ୍ୱଂସ କରିବା ବାଟରେ ଆମେ ଅଗ୍ରସର ହେଉଛେ ବୋଲି ନିଃସନ୍ଦେହରେ କୁହାଯାଇପାରିବ। ରାଜ୍ୟ ସରକାର ଗୁଡିକ ଯେଉଁମାନଙ୍କୁ ଟାର୍ଗେଟ କରିବେ, କଣ ଏପରି କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଯେଉଁ ଚ୍ୟାନେଲ୍ ଗୁଡିକ ତୁମର ପସନ୍ଦ ନୁହେଁ, ସେଗୁଡିକୁ ଦେଖନାହିଁ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ୍ ସ୍ପଷ୍ଟଭାବେ କହିବା ସହ ମୋ ଉପରେ ଛାଡ ମୁଁ ମଧ୍ୟ ଦେଖିବି ନାହିଁ ବୋଲି କହିଥିଲେ। ଯଦି ରାଜ୍ୟ ସରକାରଗୁଡିକ ଏଇ ଭଳି ଭାବେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି, ତେବେ ସେମାନଙ୍କୁ ସନ୍ଦେଶ ଦିଆଯାଉ ଯେ ସୁପ୍ରିମକୋର୍ଟ ଅଛି। ଏହିକଥା ଜଷ୍ଟିସ୍ ଚନ୍ଦ୍ରଚୂଡ କ୍ଷୋଭର ସହ କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲଢୁଥିବା  ବରିଷ୍ଠ ଓକିଲ କପିଲ୍ ସିବଲଙ୍କୁ ଜଷ୍ଟିସ୍ ଚନ୍ଦ୍ରଚୂଡ ପ୍ରଶ୍ନ କରିଥିଲେ ଯେ, ଏହି ଆତ୍ମହତ୍ୟା ପାଇଁ ଉସକାଇବା ବା ଆବେଟମେଣ୍ଟ ମାମଲାରେ କିଛି ସକ୍ରିୟ ପ୍ରରୋଚନା ରହିଛି କି? ଏହାର ପରିଣାମକୁ ଦେଖ ବୋଲି କହି ଜଷ୍ଟିସ ଚନ୍ଦ୍ରଚୂଡ ବ୍ୟକ୍ତିଗତ ସ୍ୱାଧୀନତା କଥା ଉଠାଇଥିଲେ। ଜଷ୍ଟିସ୍ ଚନ୍ଦ୍ରଚୂଡ କହିଥିଲେ, ଭାରତର ଗଣତନ୍ତ୍ର ଅସାଧାରଣ ଭାବେ ନମନୀୟ। ମହାରାଷ୍ଟ୍ର ସରକାର ଟିଭିରେ ଅର୍ଣ୍ଣବଙ୍କ ବ୍ୟଙ୍ଗ ବା ବିଦ୍ରୁପକୁ ଅଣଦେଖା କରିବା ଉଚିତ। ଏହାକୁ ଗୁରୁତ୍ୱ ନଦେବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି।

ଅର୍ଣ୍ଣବଙ୍କ ଓକିଲ ହରିଶ ସାଲଭେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଅର୍ଣ୍ଣବଙ୍କୁ ପଚରାଉଚରା କରିବାକୁ ହେପାଜତକୁ ନେବା ପାଇଁ ମହାରାଷ୍ଟ୍ର ପୋଲିସ ଯେଉଁ ଉଦ୍ୟମ କରୁଛି, ତାହା କେବଳ ତାଙ୍କୁ ଏକ ଲେସନ୍ ଶିଖେଇବା ପାଇଁ ବା ପାନେ ଦେବା ପାଇଁ। ଅର୍ଣ୍ଣବଙ୍କ ବିରୋଧରେ ଯେଉଁ ଅଭିଯୋଗ ରହିଛି, ସେ ଟଙ୍କା ଫାଙ୍କିଛନ୍ତି, ତାହା ଡକୁମେଣ୍ଟରୁ ଜଣାପଡିବ। ହେପାଜତକୁ ନେଇ ପଚରାଉଚରା କରିବାର କ’ଣ ଆବଶ୍ୟକତା ରହିଛି।

ସାଲଭେ ଦର୍ଶାଇଥିଲେ ଯେ, ଆଇପିସିର ୩୦୬ ଧାରା ଅନୁସାରେ ଏହି କେସ୍ ବୈଧ ନୁହେଁ। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଣେ ଅପରାଧରେ ଜଡିତ ଥିଲେ ଏହି କେସ୍ ହୋଇପାରିବ। ମହାରାଷ୍ଟ୍ରରେ ଯଦି ଜଣେ ଆତ୍ମହତ୍ୟା କରିବ ଓ ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯିବ, ତେବେ କଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବ କି?  ଆତ୍ମହତ୍ୟା କରିବାକୁ ଉସକାଇବା ମାମଲାରେ ପ୍ରକ୍ସିମିଟି ଟେଷ୍ଟ ବା ଘନିଷ୍ଠତାକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି।

ସାଲଭେ ପୁଣି କହିଥିଲେ ଯେ, ତିନିବର୍ଷ ତଳର ଏକ ଏତଲା ଆଧାରରେ ଅର୍ଣ୍ମବଙ୍କୁ ଗିରଫ କରାଯାଇଛି। ତାହା ପୁଣି ଦୀପାବଳି ସମୟରେ। ତାଙ୍କୁ ତାଲୋଜା ଜେଲରୁ ସ୍ଥାନାନ୍ତର କରାଯାଇଛି। ଏଥିରେ ସରକାର କ’ଣ କରିବାକୁ ଚାହୁଁଛନ୍ତି, ତାହା ବୁଝାପଡୁଛି। ସାଲଭେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ପୁନଃ ତଦନ୍ତ କ୍ଷମତାକୁ ଭୁଲ୍ ଭାବେ ବ୍ୟବହାର କରିଛନ୍ତି। ସରକାରଙ୍କ ରାଗ ଓ ଦ୍ୱେଷ ଏଥିରେ ବାରି ହୋଇପଡୁଛି।

ଗତ ୯ ତାରିଖରେ ବମ୍ୱେ ହାଇକୋର୍ଟ ଅର୍ଣ୍ମବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସେସନସ୍ କୋର୍ଟରେ ଅର୍ଣ୍ମବ ଚାହିଁଲେ ଜାମିନ ଆବେଦନ କରିପାରିବେ ବୋଲି ବମ୍ୱେ ହାଇକୋର୍ଟ ପରାମର୍ଶ ଦେଇଥିଲେ। ମାମଲା ରୁଜୁ ହେଲେ ୪ ଦିନ ମଧ୍ୟରେ ବିଚାର କରିବାକୁ ହାଇକୋର୍ଟ ସେସନ୍ସ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ସେସନ୍ସ କୋର୍ଟ ନଯାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟରେ ଏହି ମାମଲା ଅର୍ଜେଣ୍ଟ ଲିଷ୍ଟିଂ ହେବା ପରେ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଦୁଷ୍ୟନ୍ତ ଦାଭେ ଏହାର ପ୍ରତିବାଦ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିବା ଏହି ବ୍ୟକ୍ତିଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ

You might also like