ଅନୁପ୍ରବେଶ ପାଇଁ LOC ନିକଟରେ ଠୁଳ ହୋଇଛନ୍ତି ୩୦୦ ଅତଙ୍କୀ
ଜମ୍ମୁ: ଶନିବାର ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ସେନା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଲଓସିରେ ଏବେ ୨୫୦ରୁ ୩୦୦ ଆତଙ୍କବାଦୀ ଠୁଳ ହୋଇଛନ୍ତି। ଏମାନେ ପାକିସ୍ତାନରୁ LoC ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି ଯେ ନିହତ ୨ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ପାକିସ୍ତାନୀ ମୁଦ୍ରା ଉଦ୍ଧାର କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ବିରେନ୍ଦ୍ର କହିଛନ୍ତି, ଆଜି ପ୍ରତ୍ୟୁଷରେ ଏହି ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀ ସେମାନଙ୍କୁ ସଫଳ ହେବାକୁ ଦେଇ ନ ଥିଲେ। ଏପରିକି ସେନା ଗୁଳିରେ ସେମାନଙ୍କ ମଧ୍ୟରୁ ୨ ଆତଙ୍କୀ ନିହତ ହୋଇଥିଲେ।
ତେବେ ସୀମା ସେପଟେ ଏକାଧିକ ଲଞ୍ଚ ପ୍ୟାଡ୍ରେ ଆତଙ୍କବାଦୀମାନେ ଭାରତରେ ପ୍ରବେଶ ପାଇଁ ଅପେକ୍ଷା କରି ରହିଛନ୍ତି। ସେମାନଙ୍କର ସଂଖ୍ୟା ପ୍ରାୟ ୨୫୦ରୁ ୩୦୦ ହେବ। ତେବେ ସେମାନଙ୍କର ମୁକାବିଲା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।
Recoveries from the slain terrorists include 2 AK assault rifles with 12 filled magazines, a pistol, magazines, some grenades. We’ve also recovered about 1.5 Lakhs in Indian & Pakistani currency. Sarch operation is still underway in the area to sanitise: Maj Gen Virendra Vats https://t.co/FIp9lCcu31
— ANI (@ANI) July 11, 2020