ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି।

ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ର ଏକ ଟିମ୍‌ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ଜଣ ନିହତ ହୋଇଛନ୍ତି। ମୃତକ ୨ଜଣ ପାକିସ୍ତାନୀ ସେନା ବୋଲି ସନ୍ଦେହ କରାଯାଉଛି। ତେବେ ଘନ ଅନ୍ଧକାରର ସୁଯୋଗ ନେଇ ଅନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପଳାଇଥିବା କୁହାଯାଉଛି।

ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଯାହାକି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିଲା ବୋଲି ଜଣାପଡ଼ିଛି ।

 

You might also like