ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଦେଶର ଅଖଣ୍ଡତା କାଏମ୍‌ ରଖିବା ପାଇଁ ଚୀନ ଯବାନଙ୍କ ସହିତ ସଂର୍ଷ କରି ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖର ଲେହ ସ୍ଥିତ ୧୪ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍‌ଏମ୍‌ ନରଭଣେ। ଆଜି ଅପରାହ୍ନରେ କମାଣ୍ଡରମାନଙ୍କ ସହିତ ଆଲୋଚନା ସାରିବା ପରେ ଲଦାଖ ଗସ୍ତ କରିବେ ସେନା ମୁଖ୍ୟ।
ନରଭଣେଙ୍କ ଦୁଇଦିନିଆ ଲଦାଖ ଗସ୍ତରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ସୀମାରେ ବର୍ତ୍ତମାନର ସ୍ଥିତି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ସେଠୁ ଫେରିବା ପରେ ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ୧୫ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ। ବର୍ତ୍ତମାନ ସେଠାରେ ଆତଙ୍କବାଦୀ ଦମନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ସେଠାକାର ସ୍ଥିତି ସମୀକ୍ଷା କରିବେ ସେନା ମୁଖ୍ୟ ନରଭଣେ।

ଭାରତ ଓ ଚୀନ ମଧ୍ୟରେ ଲଦାଖର ଗଲୱାନ ଭ୍ୟାଲିରେ ଉପୁଜିଥିବା ସୀମା ବିବାଦର ସମାଧାନ ପାଇଁ ସୋମବାର ଜେନେରାଲ୍ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିଲା। ଆଜି ପୁଣିଥରେ ଏହି ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି।

ସୂଚନା ଥାଉକି, ଗତ ୧୫ ତାରିଖ ସୋମବାର ଭାରତ-ଚୀନ ଯବାନଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଗୁଳି ଫୁଟିନଥିଲେ ବି ଉଭୟ ସେନାଙ୍କ ମଧ୍ୟରେ ଲୁହା ଛଡ଼, କଣ୍ଟା ଥିବା ବାଡ଼ିରେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଉଭୟ ପକ୍ଷକୁ କ୍ଷତି ସହିବାକୁ ପଡ଼ିଥିଲା। ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନ ପକ୍ଷରୁ ୪୩ ଯବାନ ସହିଦ ହୋଇଥିଲେ। କିନ୍ତୁ ଆମେରିକା ଇଣ୍ଟେଲିଜେନ୍ସ ସଂସ୍ଥା ଚୀନ ମୃତ୍ୟୁ ସଂଖ୍ୟା ୩୫ ଦର୍ଶାଇଛି।

ଏହି ସଂଘର୍ଷ ପରଠୁ ଉଭୟ ଦେଶ ମଧ୍ୟରେ ବିବାଦ ଚରମ ରୂପ ନେଇଛି। ସ୍ଥିତି ଶାନ୍ତ କରିବାକୁ ଉଭୟ ପକ୍ଷରୁ ବାରମ୍ବାର ଜେନେରାଲ୍ ସ୍ତରୀୟ ବୈଠକ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ନାହିଁ। ଏପଟେ ଚୀନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଭାରତରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଚାଲିଛି। ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରିବା ନାରା ଦେବା ସହିତ ଚୀନ ଉପକରଣକୁ ଭଙ୍ଗାରୁଜା କରୁଛନ୍ତି। ସରକାରୀସ୍ତରରେ ମଧ୍ୟ ଚୀନ ସାମଗ୍ରୀ ବର୍ଜନ ପାଇଁ ଉଧ୍ୟମ ହୋଇଛି। ରେଳବାଇ ଚୁକ୍ତି ବାତିଲ୍ କରିବା ଚୀନ ସାମଗ୍ରୀ ବ୍ୟବହାର ନକରିବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ହୋଇଛି। ଏପଟେ ଆଇପିଏଲ୍‌କୁ ମଧ୍ୟ ଚୀନ କମ୍ପାନୀ ସ୍ପନ୍ସର କରୁଥିବାରୁ ଏହି ଚୁକ୍ତି ବାତିଲା କରିବା ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଚିଠି ହୋଇଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like