ଭାରତ ଔଷଧ ଯୋଗାଉଛି, ପାକିସ୍ତାନ ଆତଙ୍କ ପଠାଉଛି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼ୁଛି ଭାରତ। କେବଳ ନିଜ ନାଗରିକଙ୍କ ପାଇଁ ନୁହେଁ ସାରା ବିଶ୍ୱକୁ ସହାୟତା ହାତ ବଢ଼ାଇଛି। ଡାକ୍ତରୀ ଟିମ୍, ଔଷଧ ପଠାଉଛି ଭାରତ। ହେଲେ ଠିକ୍ ଏହି ସମୟରେ ପାକିସ୍ତାନ ଆତଙ୍କ ପଠାଉଛି। ଆଜି ଏଭଳି କିଛି ଢଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମ୍ଏମ୍ ନରୱାଣେ।


ବାରମ୍ବାର ସୀମାରେ ଅଶାନ୍ତି ସୃଷ୍ଟି କରିବା ସହ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ। ଯାହା ଆଦୌ ଉଚିତ୍ ନୁହେଁ। ଅନ୍ତତଃ ଏହି ସମୟରେ ଶାନ୍ତି ବଜାୟ ରଖିବା କଥା ବୋଲି ସ୍ଥଳ ସେନା ମୁଖ୍ୟ କହିଛନ୍ତି। ଗତ ସପ୍ତାହରେ କାଶ୍ମୀର ଓ ଗୁଜରାଟ ଉପକୂଳରେ ବିଭିନ୍ନ ଆତଙ୍କୀ ଗତିବିଧି ଖବର ମିଳିଥିଲା। ଏହାସହ ବାରମ୍ବାର ସୀମାରେ ଉତ୍ତେଜନା ସୃଷ୍ଟି କରୁଛନ୍ତି ପାକିସ୍ତାନ ସେନା।

You might also like