ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ :  ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କଣ ରହିଛି ସୁରକ୍ଷା ବ୍ୟବସ୍ଥା ଏବଂ ଏଥିପାଇଁ ମୁତୟନ ସୁରକ୍ଷାକର୍ମୀ କିପରି ପ୍ରସ୍ତୁତ ଅଛନ୍ତି, ତାର ସମୀକ୍ଷା କରିବେ।

୩୭୦ ଉଚ୍ଛେଦ ପରେ ଏହା ହେଉଛି ସେନା ମୁଖ୍ୟ ବିପିନ ରାୱତଙ୍କ ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଧାରା ୩୭୦ ଉଚ୍ଛେଦ ହେବାର ୨୫ ଦିନ ପରେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀରରେ ଅନେକ ସ୍ଥାନରେ ଟେଲିଫୋନ, ଇଣ୍ଟରନେଟ ଆଦି ସେବା ବନ୍ଦ ରଖାଯାଇଛି।

କିଛି ସ୍ଥାନରେ ସ୍କୁଲଗୁଡିକ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ଭୟରେ ଆସୁନାହାନ୍ତି।  ଫଳରେ ବିଦ୍ୟାଳୟ କକ୍ଷ ଖାଲିପଡିଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ କିଭଳି ଶୀଘ୍ର ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରିବ ସେନେଇ ପ୍ରଶାସନ ଓ ସରକାର ତତ୍ପର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like