କିମ୍ବଦନ୍ତି ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ପରଲୋକ
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା।
ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସଫଳ ଚିକିତ୍ସା ମଧ୍ୟ କରାଯାଇଥିଲା। ଅପରେସନ ସଫଳ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା।
ହେଲେ ବୁଧବାର ସକାଳେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା। ଡାକ୍ତରମାନେ ଯଥାସମ୍ଭ ଚେଷ୍ଟା କରିଥିଲେ ବି ଡିଏଗୋଙ୍କୁ ବଞ୍ଚାଇ ପାରିନଥିଲେ।
ମାରାଡୋନା ମାତ୍ର ୧୬ ବର୍ଷ ବୟସରୁ ଆର୍ଜେଣ୍ଟିନୋସ ଜୁନିଅର୍ସ ଟିମ୍ରୁ ଫୁଟ୍ବଲ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଫୁଟ୍ବଲରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲେ। ତେଣୁ ତାଙ୍କୁ ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲର ଭାବେ ବିବେଚନା କରାଯାଏ।