ଏପ୍ରିଲ ମାସ ପାଇଁ ଗାଇଡ୍ଲାଇନ ଜାରି କଲେ କେନ୍ଦ୍ର ସରକାର
ଗାଇଡଲାଇନ ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଗାଇଡଲାଇନ ଅନୁସାରେ, ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଯେଉଁଠି RTPCR ଟେଷ୍ଟ ବେଶୀ ହେଉନାହିଁ, ସେଠାରେ ବଢ଼ାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ଅତି କମରେ ୭୦% ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ନୂଆ ପଜିଟିଭ୍ କେସ୍କୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ କରୋନା ସଂକ୍ରମଣ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ନୂଆ ଗାଇଡଲାଇନ ଅନୁସାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାରେ କୌଣସି ପ୍ରତିବନ୍ଧକ ଲଗାଇନାହାଁନ୍ତି କେନ୍ଦ୍ର ସରକାର। ଏହାସହ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡାକଡ଼ି ପାଳନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏହାସହ କରୋନାର SOP ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ମଲ ଚାଲିପାରିବ ବୋଲି ସୂଚନା ରହିଛି।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ୍ଲାଇନ୍ସରେ ରାଜ୍ୟ ସରକାରଙ୍କୁ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ପଲିସି ଦୃଢ଼ ଭାବେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି। ନୂଆ ଗାଇଡ୍ଲାଇନ୍ସ ଏପ୍ରିଲ ପହିଲାରୁ ୩୦ ଏପ୍ରିଲ ଯାଏ ଲାଗୁ ରହିବ ବୋଲି ସୂଚନା ରହିଛି। ଟେଷ୍ଟିଂ ବଢ଼ାଇବା ସହ ପଜିଟିଭ୍ ଚିହ୍ନଟ ଲୋକଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ସମୟ ସମୟରେ କେନ୍ଦ୍ରକୁ ସୂଚନା ଦିଆଯିବା ସହ ଏହି ସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ କରିବାକୁ ନିର୍ଦ୍ଦେଶ ରହିଛି। ଏହା ବ୍ୟତୀତ ମାସ୍କ, ସାନିଟାଇଜର, ସାମଜିକ ଦୂରତାକୁ ନେଇ ନିୟମ ଏବଂ ଫାଇନ୍ ସମ୍ପର୍କରେ ରାଜ୍ୟ ସରକାର ଜିଲ୍ଲା ଏବଂ ତହସିଲରେ କଟକଣା ଲଗାଇପାରିବେ ସରକାର।
ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର; ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ #IndiaFightsCorona
— ଓଟିଭି (@otvkhabar) March 23, 2021