ଭାରତଠୁ ଶିଖିଲା ଆମେରିକା: ଜନତା କର୍ଫ୍ୟୁ ଫାଇଁ ନିବେଦନ
ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ହ୍ୱାଇଟ ହାଉସ୍ ଟୁଇଟ୍ କରିଛନ୍ତି ଯେ ଘରେ ରୁହନ୍ତୁ ଏବଂ ନିଜ ସୁରକ୍ଷିତ ରୁହନ୍ତୁ। ବର୍ତ୍ତମାନର ସମୟ ହେଉଛି ରାଷ୍ଟ୍ର ପାଇଁ ତ୍ୟାଗର ସମୟ, ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ହ୍ୱାଇଟ୍ ହାଉସ୍ କହିଛି।
ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ଏବଂ ତାଙ୍କ ପତ୍ନୀ ମଧ୍ୟ କରୋନା ପରୀକ୍ଷା କରିଛନ୍ତି। ତାଙ୍କର କରୋନା ପରୀକ୍ଷା ନେଗେଟିଭ୍ ଆସିଛି। ଏନେଇ ପେନ୍ସଙ୍କ ପ୍ରେସ୍ ସଚିବ ମିଲର କହିଛନ୍ତି ଯେ ଉପରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ କରିନାଙ୍କ କରୋନା ପରୀକ୍ଷା ନେଗେଟିଭ୍ ହୋଇଛି। ମିଲରଙ୍କ କହିବା ଅନୁଯାୟୀ, ଶନିବାର ଦିନ ଉପରାଷ୍ଟ୍ରପତି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ କରୋନା ପଜିଟିଭ ବୋଲି ଜଣାପଡିଥିବାରୁ ଉପରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ମଧ୍ୟ କରୋନା ପରୀକ୍ଷା କରାଇଥିଲେ।