ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା

ପୁଲିସ ଗୁଳିରେ ଇଂଜିନିୟରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା। ପୁଲିସ ଗୁଳିରେ ଜଣେ ୩୮ ବର୍ଷିୟ ଇଂଜିନିୟରଙ୍କ ମୃତ୍ୟୁ। ଏଭଳି ଅଭିଯୋଗ ଅାସିଛି ଉତ୍ତରପ୍ରଦେଶ ରାଜଧାନୀ ଲ‍କ୍ଷ୍ନୌ ସହରରେ। ଗାଡ଼ିରେ ଯାଉଥିବା ବେଳେ ପୁଲିସ ଗୁଳିରେ ଅାହତ ହୋଇ ମେଡିକାଲରେ ଜଣେ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ନାଁ ବିବେକ ତିଓ୍ୱାରୀ। ସେ ଏକ ଅନ୍ତରାଷ୍ଟ୍ରୀୟ ମୋବାଇଲ ସଂସ୍ଥାରେ ଏରିଅା ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁସାରେ ଗତକାଲି ରାତିରେ ବିବେକ ନିଜ ବନ୍ଧୁଙ୍କ ସହ ଗାଡିରେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପରେ ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା।  ଯେଉଁଥିରେ ବିବେକ ଗୁରୁତର ଅାହତ ହୋଇଥିବା ବେଳେ ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।

ଘଟଣା ପରେ ଲକ୍ଷ୍ନୌରେ ଉତ୍ତେଜନା ବୃଦ୍ଧି ପାଇଛି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ଲକ୍ଷ୍ନୌ ଏଡିଜି ସୂଚନା ଦେଇଛନ୍ତି।

ସେପଟେ ଘଟଣାକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇପଡିଛି । ପୁଲିସର ଏଭଳି ବର୍ବରତାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ସେପଟେ ଘଟଣାରେ ସିବିଅାଇ ତଦନ୍ତ ଦାବି ସହ ବିବେକଙ୍କ ପତ୍ନୀଙ୍କୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଦାବି କରି ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପରିବାର ସଦସ୍ୟ ଏଥିସହିତ ପୁଲିସ ବିଭାଗରେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି।

You might also like