ବିଜେପିକୁ ‘ଅପନା ଦଲ’ର ଚେତାବନୀ

ଲକ୍ଷ୍ନୌ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଗୋଟିଏ ପରେ ଗୋଟିଏ ଦଳ ବିଜେପିକୁ ଚେତାବନୀ ଦେବାରେ ଲାଗିଛନ୍ତି। ଆଜି ଉତ୍ତରପ୍ରଦେଶରୁ ଏନ୍‌ଡିଏର ଅଂଶୀଦାର ଥିବା ‘ଅପନା ଦଲ’ର ସାଂସଦ ତଥା ମନ୍ତ୍ରୀ ଅନୁପ୍ରିୟା ପଟେଲ ବିଜେପିକୁ ଚେତାଇ ଦେଇଛନ୍ତି।

ବିଜେପି ଏହାର ଛୋଟ ଛୋଟ ଅଂଶୀଦାର ଦଳକୁ ଅଣଦେଖା କରୁଥିବା ଅନୁପ୍ରିୟା କହିଛନ୍ତି। ଗତକାଲି ‘ଅପନା ଦଲ’ର ସଭାପତି ଆଶିଷ ପଟେଲ ମଧ୍ୟ ଏନେଇ ସୂଚେଇ ଦେଇଥିଲେ। ଏନ୍‌ଡିଏର ବଡ଼ ଦଳ ଛୋଟ ଦଳକୁ ଅବହେଳା ଓ ଅଣଦେଖା କରୁଛନ୍ତି ବୋଲି ଆଶିଷ କହିଥିଲେ। ଏହାସହ ସେ ଆହୁରି ମଧ୍ୟ କହିଥିଲେ, ତିନି ରାଜ୍ୟରେ ପରାଜୟରେ ବିଜେପି କିଛି ଶିଖିବାର ସମୟ ଆସିଛି। ସେ ନିଜର ସଭାପତିଙ୍କ କଥାରେ ସହମତ ବୋଲି ଅନୁପ୍ରିୟା ଆଜି କହିଛନ୍ତି।

You might also like