ଭାରତୀୟ ବାୟୁସେନାରେ ସାମିଲ୍ ହେଲା ୮ ‘ଆପାଚ୍‌’ ହେଲିକପ୍ଟର

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍‌’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ଆତଙ୍କବାଦୀ ଏହି ଏୟାରବେସରେ ନିକଟରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ।

ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା।

 

 

ଏହାପରେ ‘ଆପାଚ୍’କୁ ସ୍ୱାଗତ କରିବା ପାଇଁ ହେଲିକପ୍ଟର ଉପରକୁ ଦମକଳ ସାହାଯ୍ୟରେ ପାଣି ଫିଙ୍ଗି ସ୍ୱାଗତ କରାଯାଇଥିଲା। ଏହାପରେ ହେଲିକପ୍ଟର ନିର୍ମାଣର ସହଯୋଗୀ ବୋଇଙ୍ଗ୍ କମ୍ପାନୀର ଭାରତ ମୁଖ୍ୟ ସଲୀଳ ଗୁପ୍ତ ବାୟୁସେନା ମୁଖ୍ୟ ବିଏସ ଧନୋଆ। ବାୟୁସେନାରେ ସାମିଲ୍ ହେବା ପରେ ଧନଓ୍ୱା କହିଛନ୍ତି ଏହି ଆପାଚ୍ ହେଲିକପ୍ଟର ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ବିମାନ। ଶତ୍ରୁ ବିପକ୍ଷରେ ଲଢ଼ିବା ପାଇଁ ଏହି ବିମାନ ଅନେକ କ୍ଷେତ୍ରରେ ବ୍ୟବହାର କରିବ ବୋଲି ଧନଓ୍ୱା କହିଛନ୍ତି।

୬୦ ଫୁଟ୍ ଉଚ୍ଚତା ଓ ୫୦ ଫୁଟ୍ ଓସାରର ଏହି ହେଲିକପ୍ଟରକୁ ଉଡ଼ାଇବା ପାଇଁ ୨ ଜଣ ପାଇଲଟର ଆବଶ୍ୟକତା ରହିଛି। ଏହି ଅତ୍ୟାଧୁନିକ ହେଲିକପ୍ଟରରେ ଦୁଇଟି ଇଞ୍ଜିନ୍ ରହିଥିବାରୁ ୨ ଜଣ ପାଇଲଟ୍ ରହିବା ନିହାତି ଆବଶ୍ୟକ। ଏହି ହେଲିକପ୍ଟରରେ ମିସାଇଲ୍ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା ରହିଛି। ରାତିରେ ଅପରେସନ କରିବା ପାଇଁ ଏକ ସେନସର ବ୍ୟବହୃତ ହୋଇଛି। ପ୍ରତି ଘଣ୍ଟାରେ ୨୮୦ କିଲୋମିଟର ସର୍ବାଧିକ ବେଗରେ ଉଡ଼ି ପାରିବ ଏହି ହେଲିକପ୍ଟର। ଏହି ହେଲିକପ୍ଟରର ସ୍ୱତନ୍ତ୍ରତା ହେଉଛି ଶତ୍ରୁଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ରାଡାର ମଧ୍ୟ ଏହି ହେଲିକପ୍ଟର ଉଡ଼ାଣ ଭରୁଥିବା ବେଳେ ଧରି ପାରିବ ନାହିଁ। ଅନ୍ଧାର ରାତି ଏବଂ ଦୁଇ ପାହାଡ ମଧ୍ୟରେ ବିନା କୌଣସି ଦ୍ୱନ୍ଦ୍ୱରେ ଅପରେସନ୍ କରିପାରିବା ଭଳି କ୍ଷମତା ରଖିଛି।

 

ସୂଚନାଯୋଗ୍ୟ, ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଆମେରିକା ସରକାର ଓ ବୋଇଂ ଲିଃ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍‌ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ। ଏବେ ୮ଟି ହେଲିକପ୍ଟର ଭାରତ ପାଖରେ ରହିଥିବାବେଳେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like