ଅନୁଷ୍କାଙ୍କ କୋଳରେ କନ୍ୟାସନ୍ତାନ, ଖୁସିରେ ବିଭୋର ବିରାଟ

ମୁମ୍ବାଇ: ବଲିଉଡ ଆକ୍ଟର ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ଆଜି ଏକ କନ୍ୟା ସନ୍ତାନର ବାପା-ମା’ ହେବର ସୌଭାଗ୍ୟ ଅର୍ଜନ କରିଛନ୍ତି ଭିରୁଷ୍କା। ଏ ଖୁସି ଖବର ବିରାଟ ସୋସି଼ଆଲ ମିଡିଆରେ ସେୟାର କରିଛନ୍ତି।

ବିରାଟ ଲେଖିଛନ୍ତି, ଆମେ ଖୁସିର ସହ ଜଣାଉଛୁ ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନ ବାପା-ମା’ ହୋଇଛୁ। ଆପଣଙ୍କ ଭଲ ପାଇବା, ପ୍ରାର୍ଥନା, ଶୁଭେଚ୍ଛା ପାଇଁ ଅନେକ ଅନେକ ଧନ୍ୟବାଦ। ଅନୁଷ୍କା ଓ ବେବି ଉଭୟ ସୁସ୍ଥ ଅଛନ୍ତି। ଆମେ ଆମ ଜୀବନର ଏକ ନୂଆ ଅଧ୍ୟାୟ ଖୋଲିବାକୁ ଯାଉଛୁ। ସେଥିପାଇଁ ଆମେ ଉଭୟେ ବହୁତ ଖୁସି।‘

 

୨୦୨୦ ଅଗଷ୍ଟରେ ଭିରୁଷ୍କା ତାଙ୍କ ଫ୍ୟାନ୍ସମାନଙ୍କ ଉଦ୍ଦେଶ୍ୟରେ ସୋଶାଲ ମିଡିଆରେ ସୂଚନା ଦେଇ ଲେଖିଥିଲେ, ‘ତାଙ୍କ ପରିବାରକୁ ଆଉ ଜଣେ ନୂଆ ଅତିଥି ଆସୁଛନ୍ତି। ଏହା ପରେ ଆମେ ତିନି ହେବାକୁ ଯାଉଛୁ। ୨୦୨୧ ଜାନୁଆରୀରେ ଏହି ନୂଆ ଅତିଥି ଆସୁଛନ୍ତି। ’

ଏହି ଘୋଷଣା ପରେ ଅନୁଷ୍କା ଶର୍ମା ନିଜ ନୂଆ ଜୀବନର ଅନୁଭୂତି ସେୟାର କରିବା ସହ ଫଟୋ ମଧ୍ୟ ସୋଶାଲ ମିଡିଆରେ ସେୟାର କରିଥିଲେ।

You might also like