ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍‌ ମିଳିବା ଘଟଣାରେ ମୁମ୍ବାଇ ପୋଲିସ୍‌ ଅଧିକାରୀ ସଚିନ୍‌ ଭାଜେଙ୍କୁ NIA(National Investigation Agency ) ଗିରଫ କରିଛି। ୧୨ ଘଣ୍ଟାର ଜେରା ପରେ ଶନିବାର ରାତି ସାଢ଼େ ୧୧ଟାରେ ସଚିନ୍‌ ଭାଜେଙ୍କୁ NIA ଗିରଫ କରିଥିଲା। ଏହା ପୂର୍ବରୁ NIA ଭାଜେଙ୍କୁ ସମନ କରିଥିଲା।

ସୂଚନା ଅନୁସାରେ, ଫେବୃଆରୀ ୨୫ରେ Carmichael ରୋଡ୍‌ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ  ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିଥିଲା। ଏହି ଘଟଣାରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ଭାଜେଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ NIA ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାଥାଉ କି, ମୁକେଶ ଅମ୍ବାନୀଙ୍କ ଘର ବାହାରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି କାର୍‌ ମିଳିବା ଘଟଣାର କିଛିଦିନ ପରେ କାର୍‌ର ମାଲିକ ମନସୁଖ ହିରେନ୍‌ଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ମୃତଦେହ ଏକ ନାଳ ଭିତରୁ ଉଦ୍ଧାର ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଓ ମାମଲାକୁ ଏନ୍‌‌ଆଇଏକୁ ହସ୍ତାନ୍ତର କରାଯାଇଥିଲା।

ହିରେନ୍‌ଙ୍କ ପତ୍ନୀ ଦାବି କରି କହିଥିଲେ ଯେ, ତାଙ୍କ ସ୍ୱାମୀ ନଭେମ୍ବରରେ ପୋଲିସ୍‌ ଅଧିକାରୀ ସଚିନ୍‌ ଭାଜେଙ୍କୁ SUV କାର୍‌ ଦେଇଥିଲେ। ଯାହାକୁ ସେ ଫେବୃଆରୀ ପ୍ରଥମ ସପ୍ତାହରେ ଫେରାଇ ଦେଇଥିଲେ। ତେବେ ଘଟଣାର ତଦନ୍ତ କରୁଥିବା Anti-Terror Squad (ATS)ର ଜେରା ବେଳେ ହିରେନ୍‌ଙ୍କ ପତ୍ନୀ ଆଣିଥିବା ଅଭିଯୋଗକୁ ଭାଜେ ଖଣ୍ଡନ କରିଥିଲେ।

ଅନ୍ୟପକ୍ଷେ, ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋରକ ଭର୍ତ୍ତି କାର୍‌ ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଥିଲା

Other Stories