ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଘଟଣା: ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି। ଇଣ୍ଡିଆନ ମୁଜାହିଦିନର ଜଣେ  ଆତଙ୍କୀ ପାଖରୁ ଏକ ମୋବାଲଇ ଫୋନ ସିଜ କରାଯାଇଥିଲା। ଏହା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି ୱାର୍ଡରେ ଥାଇ ବି ଜଣେ ଆତଙ୍କୀ ପାଖରେ ମୋବାଇଲ କେମିତି ପହଞ୍ଚିଲା ସେ ନେଇ ପ୍ରଶ୍ନ ଉଠିଛି।

ଗତକାଲି ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦିଲ୍ଲୀର ଏକ ସ୍ପେଶାଲ ସେଲ ତିହାଡ ଜେଲର ୮ ନମ୍ବର ସେଲରେ ରେଡ କରିଥିଲା। ଚଢଉ ବେଳେ ୧୧ ଜଣ କଏଦୀଙ୍କୁ ପଚରାଉଚରା କରାଯାଇଥିଲା। ଶେଷରେ ମୋବାଇଲଟିକୁ ଠାବ କରାଯାଇଥିଲା। ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କୀ ତହସିନ ଅଖତର୍‌ ବାରକରୁ ଏକ ମୋବାଇଲ ସିଜ ହୋଇଥିଲା। ଏହି ମୋବାଇଲରୁ ଟେଲିଗ୍ରାମ ଚାନେଲ ଆକ୍ଟିଭେଟ କରାଯାଇଥିଲା। ଏହି ଆକାଉଣ୍ଟ ଜରିଆରେ ଉକ୍ତ ବିସ୍ଫୋରକ ଗାଡ଼ି ଠାବ ଘଟଣା ପାଇଁ ଜୈଶ-ଉଲ-ହିନ୍ଦ ନଜକୁ ଦାୟୀ କରିଥିଲା ଏବଂ ମୁକେଶ ଅମ୍ବାନୀଙ୍କ ଠାରୁ ଟଙ୍କା ଦାବି କରିଥିଲା। 

ଏହି ମୋବାଇଲ ନମ୍ବରଟି ଦିଲ୍ଲୀର ରଘୁବର ପୂରାରେ ରହୁଥିବା ଜୟଦୀପ ଲୋଧିୟାଙ୍କ ନାଁରା ପଞ୍ଜୀକୃତ ହୋଇଛି। ଗତବର୍ଷ ଜୁଲାଇରେ ଏହାକୁ ଆକ୍ଟିଭେଟ କରାଯାଇଥିଲ ଏବଂ ପରେ ତିହାର ଜେଲକୁ ପଠାଯାଇଥିଲା। ତହସିନ ଅଖତର ପାଟନାର ଗାନ୍ଧି ମୈଦାନରେ ପିଏମ ନରେନ୍ଦ୍ର ମୋଦିଙ୍କ ରାଲିରେ ବୋମା ବିସ୍ଫୋରଣ, ହାଇଦ୍ରାବାଦରେ ବ୍ଲାଷ୍ଟ, ବୋଧଗୟାରେ ବୋମା ବିସ୍ଫୋରଣ ଘଟଣାରେ ସଂପୃକ୍ତ ରହିଛି। 

ଏହି ମୋବାଇଲରେ ଟୋର ବ୍ରାଉଜର (Tor Browser ) ସାହାଯ୍ୟରେ ଭର୍ଚୁଆଲ ନମ୍ବର କ୍ରିଏଟ କରିଥିଲା ଏବଂ ଟେଲିଗ୍ରାମ ଆକାଉଣ୍ଟ ଖୋଲିଥିଲା। ଏହା ପରେ ଧମକ ପୂର୍ଣ୍ଣ ପୋଷ୍ଟର ଏବଂ ମେସେଜ ତିଆରି କରୁଥିଲା। ଅଖତରକୁ ଜେଲରୁ ରିମାଣ୍ଡରେ ନେଇ ସ୍ପେଶାଲ ସେଲ୍‌ ପଚରାଉଚରା କରିବ।

 ଏହି ପୋନ୍‌ ନମ୍ବର ଯାଞ୍ଚ କରିବା ବେଳେ ପୋଲିସକୁ ଆଉ ଏକ ନମ୍ବରର ସୂଚନା ମିଳିଥିଲା।  ଏହି ନମ୍ବର ମଧ୍ୟ ସ୍ପେଶାଲ ସେଲ ରାଡରରେ ଅଛି। ଏହି ନମ୍ବର ସେପ୍ଟେମ୍ବରରେ ଆକ୍ଟିଭେଟ କରାଯାଇଥିଲା। ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ୨ଟି ମୋବାଇଲ ନମ୍ବର ଜାଲ କାଗଜପତ୍ର ଦିଆଯାଇ କରାଇଥିଲା। ଏହା ତିହାଡ ଜେଲ୍‌ରେ ଥିବା କିଛି ବନ୍ଦୀଙ୍କ ପାଇଁ ଏହା କିଣା ଯାଇଥିଲା।

ସୂଚନାଥାଉ କି, ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା। ଏହାର କିଛିଦିନ ପରେ ସ୍କର୍ପିଓ ମାଲିକ ମୁକେଶ ହିରେନ୍‌ଙ୍କର ମୃତଦେହ ଥାନେର ମୁବ୍ରାକ କ୍ରିକ୍‌ ନାଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ହିରେନ୍‌ଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଘଟଣା ପରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ମୁଲୁଣ୍ଡ ଟୋଲ ବ୍ଲକରୁ ସିସିଟିଭି ଫୁଟେଜ ଜବତ କରିଥିଲା।

 

You might also like