CAA ବିରୋଧୀ ଆନ୍ଦୋଳନରେ ହିଂସା, ଚାଲିଗଲା ଜୀବନ

କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ ସିଏଏ ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପାର୍କ ସର୍କସ ମୈଦାନରେ ଚାଲିଥିବା ୬୦ ଜଣ ମୁସଲିମ ମହିଳାଙ୍କ ଧାରଣା ଆଜି ୨୩ ଦିନରେ ପହଞ୍ଚିଛି। ଏହି ଧାରଣାରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ସାମିଲ ଅଛନ୍ତି।

ଏହି ଧାରଣରେ ବସିଥିବା ଜଣେ ମହିଳା କହିଛନ୍ତି, ‘ଏହି ଧାରଣାର ବିଶେଷତ୍ୱ ହେଉଛି ଯେ, ଏଥିରେ କୌଣସି ରାଜନୈତିକ ଦଳ ସାମିଲ ନାହାନ୍ତି। ଆମର ଗୋଟିଏ ପରିଚୟ ଆଉ ତାହା ହେଉଛି ଆମେ ଭାରତୀୟ ଓ ମହିଳା। ଏହି ଭାବନା ଆମକୁ ଶକ୍ତି ଦେଉଛି।’

You might also like