ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ଲକ୍ଷ୍ନୌ: ପୁଣି ହାଥରସ୍‌ ଭଳି ଆଉ ଏକ ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସ୍‌ରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହେବା ପରେ ମୃତ୍ୟୁସହ ଲଢ଼ି ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ଘଟଣାକୁ ନେଇ ଦେଶବାସୀଙ୍କ ମନରୁ କ୍ରୋଧ କମିନି, ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ହାଥରସ୍‌ରୁ ୫୦୦ କି.ମି. ଦୂରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

୨୨ ବର୍ଷୀୟ ଏହି ଦଳିତ ଯୁବତୀଙ୍କ ଘର ବଳରାମପୁରରେ।  ସେ କଲେଜରେ ପଢୁଥିଲେ। ତାଙ୍କ ସହ ଦୁଷ୍କର୍ମ ହେବା ସହ ମରଣାନ୍ତକ ଆକ୍ରମଣ ହୋଇଥିଲା। ଫଳରେ  ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଲକ୍ଷ୍ନୌ ସ୍ଥିତ ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମତ୍ୟୁ ହୋଇଥିବା କୁହାଯାଉଛି । ଏହି ଘଟଣାରେ ପୋଲିସ୍‌ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି, ‘ମଙ୍ଗଳବାର ସକାଳେ କଲେଜରୁ ଆଡମିଶନ୍‌ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା। ଠିକ୍‌ ସମୟରେ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ହୋଇଥିଲା ଓ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ସେ ଘରକୁ ଫେରିଥିଲେ।’

ଅଭିଯୁକ୍ତମାନେ ଯୁବତୀଙ୍କୁ ଏକ ଇ-ରିକ୍ସାରେ ବସାଇ ତାଙ୍କୁ ଘରକୁ ପଠାଇଥିଲେ ବୋଲି ସୂଚନା ମିଳିଛି।

କାନ୍ଦି କାନ୍ଦି ଯୁବତୀଙ୍କ ମା’ କହିଛନ୍ତି, ‘ଅଭିଯୁକ୍ତମାନେ ତାଙ୍କ ଝିଅକୁ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ସେ ବେହୋସ ହୋଇପଡ଼ିଥିଲେ। ତା’ପରେ ସେମାନେ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିଲେ। ଏପରିକି ସେମାନେ ତା’ର ଗୋଡ଼ ମଧ୍ୟ ଭାଙ୍ଗି ଦେଇଛନ୍ତି। ଜଣେ ରିକ୍ସାବାଲା ଝିଅକୁ ଘରେ ଆଣି ଛାଡ଼ିଥିଲା। ଘରେ ପହଞ୍ଚିବା ପରେ ମୋ ଛୁଆ ନା ଠିକ୍‌ଭାବେ ଛିଡ଼ା ହୋଇପାରୁଥିଲା ନା କିଛି କହିପାରୁଥିଲା। ଶେଷରେ କାନ୍ଦି କାନ୍ଦି ମୋ ଝିଅ କହିଥିଲା, ମୋତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି।

ପେଟରେ ବହୁତ ଜୋରରେ ଯନ୍ତ୍ରଣା ଅନୁଭବ କରିବାରୁ ଝିଅକୁ ଲକ୍ଷ୍ନୌ ସ୍ଥିତ ହସ୍ପିଟାଲ୍‌ ନିଆଯାଉଥିଲା। ହେଲେ ବଳରାମପୁର ସହର ନିକଟରେ ସେ ଆଖି ବୁଜି ଦେଇଥିଲା।

ପୋଲିସ୍ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବୁଧବାର ଦିନ ଯୁବତୀଙ୍କ ଅନ୍ତିମସଂସ୍କାର ହୋଇଥିଲା। ଯୁବତୀଙ୍କ ହାତ ଓ ଗୋଡ଼ ଭଙ୍ଗା ଯାଇଥିବା ନେଇ ପୋଷ୍ଟମର୍ଟମ୍‌ ରିପୋର୍ଟରୁ ଜଣାପଡ଼ି ନାହିଁ ବୋଲି ପୋଲିସ୍‌ କହିଛି। ଏହି ଘଟଣାରେ ପୋଲିସ୍‌ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like