କରୋନା ସମୟରେ ଭାରତର ଆର୍ଥିକ ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି-RBI

ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ ୨୫ ହଜାର କୋଟି, ସିଡବିକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । MSME କ୍ଷେତ୍ର କରୋନା ଦ୍ୱାରା ପ୍ରଭାବିତ ହୋଇଛି । ତେଣୁ MFI ଓ NBFC ପାଇଁ ମଧ୍ୟ ୫୦ ହଜାର କୋଟିର ସହାୟତା ଘୋଷଣା କରାଯାଇଛି ।

ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଉପରେ RBIର ପୂରା ନଜର ରହିଛି ।  କରୋନା ମୁକାବିଲା ଲାଗି ପୂରା ଚେଷ୍ଟା ଚାଲିଛି । ବିଶ୍ୱରେ ୯ ଟ୍ରିଲିୟନ୍ ଡଲାର କ୍ଷତି ହେବାର ଆଶଙ୍କା ରହିଛି।  IMFର ଆକଳନ ଅନୁସାରେ ଭାରତର ଅଭିବୃଦ୍ଧି ହାର ୧.୯ ପ୍ରତିଶତକୁ ଖସିଛି । ତେବେ ବାକି ଦେଶ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ।

କରୋନା ସଙ୍କଟ ପରେ ଭାରତର ଜିଡିପି ୭ ପ୍ରତିଶତରୁ ଅଧିକ ରହିବା ଆଶା କରାଯାଉଛି । ଦେଶରେ ଖାଦ୍ୟଶସ୍ୟର ଅଭାବ ନାହିଁ ବ୍ୟାଙ୍କିଂ କାର୍ଯ୍ୟ ସାମାନ୍ୟ ସ୍ଥିତିରେ ରହିଛି । ବ୍ୟାଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ଏଥିସହ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ବେଳେ ଚଳିତବର୍ଷ ରିଭର୍ସ ରେପୋରେଟ୍ ୦.୨୫ ବେସିସ୍ ପଏଣ୍ଟ କମିବ । ରିଭର୍ସ ରେପୋରେଟ୍ ୪%ରୁ ୩.୭୫%କୁ କମିବ ରିଭର୍ସ ରେପୋରେଟ୍ କମିଲେ ବ୍ୟାଙ୍କକୁ ଫାଇଦା ମିଳିବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ।

You might also like