ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ୨୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଇରାନରୁ ବାହାରି ଥିବା ଏହି ସ୍ୱତନ୍ତ୍ର ବିମାନ ରାଜସ୍ଥାନ ରବିବାର ସକାଳ ଯୋଧପୁରରେ ପହଞ୍ଚିଛି।

ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ସମସ୍ତଙ୍କର ପ୍ରାଥମିକ ଭାବେ ସ୍କ୍ରିନିଂ  କରାଯାଇଥିଲା। ଏହାପରେ ତାଙ୍କୁ ଯୋଦ୍ଧପୁର ମିଲିଟାରୀ ଷ୍ଟେସନ୍‌ରେ ଥିବା ବାୟୁସେନାର ୱେଲ୍‌ନେସ୍ ଫେସିଲିଟି ସେଣ୍ଟରକୁ ନିଆଯାଇଥିଲା। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୧୩୩ ମହିଳା ଓ ୧୪୨ପୁରୁଷ ସହିତ ଦୁଇ ଶିଶୁ ଓ ୪ ଜଣ ପିଲା ଅଛନ୍ତି ବୋଲି ରାଜସ୍ଥାନର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ରୋହିତ କୁମାର ସିଂହ ସୂଚନା ଦେଇଛନ୍ତି।

କୁଶଳୀ ଡାକ୍ତରୀ ଦଳଙ୍କ ସହ ସେନା କର୍ମଚାରୀ ଉଦ୍ଧାର ହୋଇଥିବା ଲୋକଙ୍କ ଚିକିତ୍ସା ଦାୟିତ୍ୱରେ ରହିଛନ୍ତି। ପୂର୍ବରୁ ଇରାନ୍‌ରୁ ଫେରିଥିବା ୨୭୭ ଭାରତୀୟ ବି ୱେଲ୍‌ନେସ୍‌ ସେଣ୍ଟରରେ ରହିଛନ୍ତି।

You might also like