ପୁଣି ଏକ ବ୍ୟାଙ୍କ ମହା ଠକେଇ, ୪୧୪ କୋଟି ଟଙ୍କାର ଚୂନ ଲଗାଇ ବିଦେଶ ପଳାଇଲେ ଚାଉଳ ବ୍ୟବସାୟୀ

ନୂଆଦିଲ୍ଲୀ: ଏସ୍‌ବିଆଇ ସମେତ ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ଏହାକୁ ପୈଠ ନ କରି ଫେରାର ହୋଇଯାଇଛନ୍ତି ଏକ କମ୍ପାନୀର ମାଲିକ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ୨୦୧୬ରୁ କମ୍ପାନୀର ମାଲିକ ଅର୍ଥାତ୍‌ ଏହାର ନିର୍ଦ୍ଦେଶକମାନେ ଫେରାର ଥିଲେ ମଧ୍ୟ ଦୀର୍ଘ ୪ ବର୍ଷ ପରେ ଏସ୍‌ବିଆଇ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି।

ସୂଚନା ଅନୁସାରେ, ଦିଲ୍ଲୀରେ ଥିବା ରାମଦେବ ଇଣ୍ଟନ୍ୟାଶନାଲ ଲିଃ(ବାସମତି ଚାଉଳ ରପ୍ତାନୀ କରୁଥିଲା ଏହି କମ୍ପାନୀ) ବିରୋଧରେ ଏଭଳି ମହା ଠକେଇ ଅଭିଯୋଗ ଆସିଛି।

ଫେରାର ହୋଇଯାଇଥିବା କମ୍ପାନୀର ମାଲିକ ଅର୍ଥାତ୍‌ ଏହାର ନିର୍ଦ୍ଦେଶକମାନେ ଏସ୍‌ବିଆଇ ଓ ଅନ୍ୟ ବ୍ୟାଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇଥିଲେ। ହେଲେ ଏହାକୁ ପୈଠ କରିବା ବଦଳରେ ସେମାନେ ବିଦେଶକୁ ଖସି ପଳାଇଛନ୍ତି। 

ଏସ୍‌ବିଆଇର ଅଭିଯୋଗ କ୍ରମେ, ସିବିଆଇ ସମ୍ପୃକ୍ତ କମ୍ପାନୀ ଓ ଏହାର ନିର୍ଦ୍ଦେଶକ ନରେଶ କୁମାର, ସୁରେଶ କୁମାର, ସଙ୍ଗୀତା ଓ ଅଜଣା ସରକାରୀ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଛି। ଜାଲିଆତି, ଠକେଇ ଠୁ ଆରମ୍ଭ କରି ଦୁର୍ନୀତି ଭଳି ଅଭିଯୋଗ ରହିଛି।

ରାମଦେବ ଇଣ୍ଟନ୍ୟାଶନାଲ ଲିଃ ୬ଟି ବ୍ୟାଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କାର ଋଣ କରିଥିଲା। ହେଲେ ଏହାକୁ ପୈଠ ନ କରି କମ୍ପାନୀର ନିର୍ଦ୍ଦେଶକମାନେ ଫେରାର ହୋଇଯାଇଛନ୍ତି। ୨୦୧୬ରେ କମ୍ପାନୀ କ୍ଷତିରେ ଚାଲିଥିବା ଘୋଷଣା କରାଯାଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ ଫେବୃଆରୀ ୨୫ରେ ସିବିଆଇ ନିକଟରେ ଉକ୍ତ କମ୍ପାନୀ ନାଁରେ ଏସ୍‌ବିଆଇ ଅଭିଯୋଗ କରିଥିଲା ଓ ଏପ୍ରିଲ ୨୮ରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ କ୍ରମେ, ରାମ ଦେବ ଇଣ୍ଟରନ୍ୟାଶନାଲ ଲିଃ ବିଭିନ୍ନ ବ୍ୟାଙ୍କରୁ ୪୧୪ କୋଟି ଟଙ୍କା ଋଣ କରିଥିଲା। ଏସ୍‌ବିଆଇରୁ ୧୭୩.୧୧ କୋଟି, କାନାଡା ବ୍ୟାଙ୍କରୁ ୭୬.୦୯ କୋଟି, ୟୁନିୟନ ବ୍ୟାଙ୍କ ଇଣ୍ଡିଆରୁ ୬୪.୩୧ କୋଟି, ସେଣ୍ଟ୍ରାଲ ବ୍ୟାଙ୍କରୁ ୫୧.୩୧ କୋଟି, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ କୋଟି ଓ ଆଇଡିବିଆଇ ବ୍ୟାଙ୍କରୁ ୧୨.୨୭ କୋଟି ଟଙ୍କା ଋଣ କରିଥିଲା। 

ଏଠାରେ ପ୍ରଶ୍ନ ଉଠୁଛି ଏତେ ଦିନ ଯାଏ ଏସ୍‌ବିଆଇ ଉକ୍ତ କମ୍ପାନୀ ବିରୋଧରେ କୌଣସି ଅଭିଯୋଗ କରି ନଥିଲା।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like