ପୁଣି ଆମରଣ ଅନଶନ କରିବେ ଆନ୍ନା ହଜାରେ

ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତରେ ଅହେତୁକ ବିଳମ୍ବ ଅଭିଯୋଗ

ନୂଆଦିଲ୍ଲୀ : ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସମାଜସେବୀ ଆନ୍ନା ହଜାରେ। ଆସନ୍ତା ୩୦ ତାରିଖରୁ ସେ ନିଜ ଜନ୍ମସ୍ଥାନ ରାଲେଗା ସିଦ୍ଧିରେ ଆମରଣ ଅନଶନରେ ବସିବେ।

୨୦୧୩ ମସିହାରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୋଦି ସରକାରଙ୍କ ପକ୍ଷରୁ ଲୋକାୟୁକ୍ତ ନିଯୁକ୍ତି ନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଆନ୍ନା। ତେଣୁ ଦାବି ପୂରଣ ପାଇଁ ଅନଶନ କରିବାକୁ ପୁଣି ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଲୋକପାଳ ନିଯୁକ୍ତିରେ କେନ୍ଦ୍ର ସରକାର ବିଫଳ ହୋଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଜଣାଇଥିଲେ। ତାସହ ଗତ ମାର୍ଚ୍ଚ ୨୩ରେ ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଅନଶନରୁ ଓହରିଥିଲେ। ଏବେ ପୁଣି ଥରେ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ନା।

You might also like