ଗର୍ଲଫ୍ରେଣ୍ଡର ବିବାହ ରୋକିବାକୁ ବୟଫ୍ରେଣ୍ଡର ଗୁହାରୀ : ମୁଖ୍ୟମନ୍ତ୍ରୀ ମହାଶୟ ତୁରନ୍ତ ଲଗାନ୍ତୁ କଡା କଟକଣା

ଅଟକି ଯିବ ମୋ ପ୍ରିୟାର ବାହାଘର

ଜୟପୁର : ‘ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ । ମୁଖ୍ୟମନ୍ତ୍ରୀ ମହାଶୟ ତୁରନ୍ତ କଟକଣା କଡ଼ାକଡ଼ି କରିଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏବେ ବିବାହ ଉତ୍ସବ ଉପରେ ମଧ୍ୟ ରୋକ ଲଗାଇ ଦିଅନ୍ତୁ । ମେ ୪ ରାତିରେ କଟକଣା ଘୋଷଣା କଲେ ମେ ୫ରେ ଥିବା ମୋ ଗର୍ଲଫ୍ରେଣ୍ଡର ବିବାହ ମଧ୍ୟ ବନ୍ଦ ହୋଇଯିବ ।’ ଗର୍ଲଫ୍ରେଣ୍ଡର ବିବାହ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପାଗଳ ପ୍ରେମିକ ।

କରୋନାର ଦ୍ୱିତୀୟ ଲହରୀରେ ସାରା ଦେଶବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ ରାଜସ୍ଥାନ ମଧ୍ୟ ଏଥିରୁ ବର୍ତ୍ତିି ପାରିନାହିଁ । କରୋନା ସଂକ୍ରମଣ ବଢ଼ୁଥିବା ଦେଖି ୫ ମେରୁ ୧୫ ମେ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲଗଡାଉନ ଘୋଷଣା କରିଛନ୍ତି ଗେହଲୋତ ସରକାର । ଏହା ପୂର୍ବରୁ ୧ ମେରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଥିଲେ, ଯାହାଘରେ ବିବାହ ଉତ୍ସବ ହେବାର ଅଛି ଦୟାକରି କିଛି ଦିନ ପାଇଁ ରୋକି ଦିଅନ୍ତୁ । ବିବାହ ଉତ୍ସବରେ ଜ୍ଞାତିକୁଟୁମ୍ବଙ୍କ ଭିଡ଼ ଆହୁରି ସଂକ୍ରମଣ ବଢ଼ାଇବ ।

୧ମେ ସକାଳ ୧୧.୧ ମିନିଟରେ ନିଜ ଫେସବୁକ ପେଜରେ ଏହି ପୋଷ୍ଟ ଅପଲୋଡ଼୍ କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଫେସବୁକ ପୋଷ୍ଟରେ ଦେଢ ହଜାରରୁ ଅଧିକ କମେଣ୍ଟ ଓ ୩୦ହଜାରରୁ ଅଧିକ ଲାଇକ ଆସିଥିଲା । ଏବଂ ଏହାକୁ ୧୪୦୦ ଥର ସେୟାର କରାଯାଇଥିଲା । ତେବେ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟରେ ଏକ ଏପରି କମେଣ୍ଟ ଆସିଥିଲା, ଯାହା ସାରା ରାଜ୍ୟରେ ଚଳହ ସୃଷ୍ଟି କରିଥିଲା ଓ ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି କମେଣ୍ଟର ସ୍କ୍ରିନସଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଲା । ଅଙ୍କୁର ଦୌରବାଲ ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେହି କମେଣ୍ଟ କରିଥିଲେ ।

ଅଙ୍କୁର ଲେଖିଥିଲେ, ଅଶୋକ ଜୀ ପ୍ଲି୍‌ଜ, ମେ ୪ ତାରିଖରୁ ତୁରନ୍ତ ଲକଡାଉନ ଘୋଷଣା କରିଦିଅନ୍ତୁ । ଫଳରେ ୫ତାରିଖରେ ମୋ ପ୍ରେମିକାର ବିବାହ ଅଟକିଯବି, ନଚେତ୍ ସେ ସବୁଦିନ ପାଇଁ ମୋ ହାତ ଛାଡ଼ି ଚାଲିଯିବ। ତେବେ ଏହି ସେହି କମେଣ୍ଟର ସ୍କ୍ରିନସଟ୍ ଚାରିଆଡ଼େ ଭାଇରାଲ ହେବାର ଚାରି ଘଣ୍ଟା ପରେ ଅଙ୍କୁର ପୋଷ୍ଟକୁ ଡିଲଟ୍ କରିଦେଇଥିଲେ ।

ତେବେ ଏ ମାମଲା ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଅଙ୍କୁରଙ୍କ ସହ ସମ୍ପର୍କ କରାଯାଇଥିଲା । ହେଲେ ଅଙ୍କୁର ଯାହା କହିଲେ, ପୂରା କାହାଣୀର ମୋଡ଼ ବଦଳିଗଲା । ସେ କହିଲେ ତାଙ୍କର ଜଣେ ବନ୍ଧୁଙ୍କ ପାଖରେ ଥିଲା ଫୋନ୍ । ସେ କମେଣ୍ଟ୍ କରିନାଆନ୍ତି । ବନ୍ଧୁ ଜଣକ ପ୍ରାଙ୍କ କରିବା ପାଇଁ ଏପରି କମେଣ୍ଟ କରିଥିଲେ, ଯାହା ତୀବ୍ର ବେଗରେ ଭାଇରାଲ ହୋଇଗଲା ।

You might also like