ସୁଶାନ୍ତଙ୍କ ଘରେ କାନ୍ଦି କାନ୍ଦି ପହଞ୍ଚିଲେ ତାଙ୍କ ପୁରୁଣା ପ୍ରେମିକା ଅଙ୍କିତା
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି।
View this post on Instagram
#Ankitalokhande #sushantsinghrajput ex girlfriend reached her #Bandra flat #SushantSinghRajput
ଅଙ୍କିତା ବହୁତ ଉଦାସ ଓ ଭାଙ୍ଗିପଡ଼ିଥିବା ଭଳି ଦେଖାଯଉଛି। ଅଙ୍କିତାଙ୍କୁ ସାହାର ଦେଉଛନ୍ତି ତାଙ୍କ ବନ୍ଧୁ ସନ୍ଦୀପ ସିଂହ। ଅଙ୍କିତାଙ୍କ ଏହି ଭିଡିଓ ଦେଖିବାପରେ ଲୋକମାନେ ପ୍ରତକ୍ରିୟା ଦେଇଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରଠାରୁ ଅଙ୍କିତା କୌଣସି ପ୍ରତିକ୍ରିୟା ଦେଇନଥଲେ। ଅଙ୍କିତା ଓ ସୁଶାନ୍ତ ଦୁହେଁ ମିଶି ‘ପବିତ୍ର ରିସ୍ତା’ ସିରିଏଲ୍ରେ ଏକାଠି କାମ କରୁଥିଲେ।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।