ଚିଠିକୁ ନେଇ CWC ବୈଠକରେ ବର୍ଷିଲେ ରାହୁଲ; କହିଲେ ‘ବିଜେପି ସହ ହାତ ମିଳାଇଛନ୍ତି’

ନୂଆଦିଲ୍ଲୀ: ଗୋଟିଏ ଚିଠିକୁ ନେଇ  କଂଗ୍ରେସରେ ଲାଗିଯାଇଛି ଗୃହଯୁଦ୍ଧ। ଫୁଲ୍ ଟାଇମ୍ ଓ ଦୃଢ଼ ନେତୃତ୍ୱ ପାଇଁ ବରିଷ୍ଠ ନେତା ଲେଖିଥିବା ଚିଠି ଏବେ କଂଗ୍ରେସରେ ନିଆଁ ଲଗାଇଛି । ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଖୋଦ୍ ରାହୁଲ ଗାନ୍ଧିଙ୍କ ଅଭିଯୋଗ ପୁରୁଖା ନେତାଙ୍କ ମରମକୁ ଖୁବ୍ ବାଧିଛି । ଏପରିକି ଇସ୍ତଫାର ଧମକ ଶୁଭିଲାଣି । ସେପଟେ ଯାହା ହେଇଯାଉ ପଛେ ଦଳର ମଙ୍ଗୁଆଳ ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ଅଡ଼ି ବସିଥିବାର ସୂଚନା ମିଳୁଛି।

ନୂଆଦିଲ୍ଲୀରେ ଆଜି ଚାଲିଥିବା କଂଗ୍ରେସ CWC ଭର୍ଚୁଆଲ ବୈଠକରେ ସାଂସଦ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ବାକ୍‌ଯୁଦ୍ଧ ଜୋରଦାର ହୋଇଥିଲା ।  ସୋନିଆଙ୍କୁ ବରିଷ୍ଠ କଂଗ୍ରେସ ନେତାଙ୍କ ଚିଠିକୁ ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । ସେ ଚିଠିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଚିଠିର ସମୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସୋନିଆ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ କାହିଁକି ଚିଠି ଲେଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଚିଠି ଲେଖିଥିବା ନେତାମାନେ ବିଜେପି ସହ ହାତ ମିଶାଇ ଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି।

ରାହୁଲଙ୍କ ସନ୍ଦେହକୁ ନେଇ  ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ କପିଲ ସିବଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଗୁଲାମ ନବି ଆଜାଦ ବିଜେପି ସହିତ ସଂପର୍କର ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି କହିଛନ୍ତି।

ଗୁଲାମ ନବି ଆଜାଦଙ୍କ ସହ ବରିଷ୍ଠ ନେତା କପିଲ ସିବଲ ମଧ୍ୟ ଟ୍ୱିଟ୍ କରି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ୩୦ ବର୍ଷ ହେଲା କଂଗ୍ରେସ ସହ ଅଛି, BJP ସପକ୍ଷରେ କେବେ ମତ ବି ଦେଇନି । ରାଜସ୍ଥାନ ଓ ମଣିପୁର ପ୍ରସଙ୍ଗରେ ବିଜେପି ବିରୋଧରେ କୋର୍ଟରେ ଲଢ଼ିଛି। ଏସବୁ ସତ୍ତ୍ୱେ ବିଜେପି ସହ ମିଶିଥିବା ଅଭିଯୋଗ ଅସହ୍ୟ ବୋଲି କପିଲ ସିବଲ ଟ୍ୱିଟ କରିଛନ୍ତି।

ସୂଚନାଥାଉ କି, କରୋନା ସଂକ୍ରମଣ ଯୋଗୁଁ କଂଗ୍ରେସ ନେତା ମାନେ ଭର୍ଚୁଆଲ ମିଟିଂରେ ଯୋଗ ଦେଇଥିଲେ । ଦଳର ୨୦ରୁ ଅଧିକ ନେତାଙ୍କ ଚିଠି ପାଇବା ପରେ ସଭାପତି ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍, ଶଶି ଥରୁର୍, ପୃଥ୍ୱୀରାଜ ଚୌହାନ୍ ଭଳି ନେତା ସୋନିଆଙ୍କୁ ଚିିଠି ଲେଖିଥିଲେ।

ଏହା ପରେ ସଭାପତି ପଦରୁ ହଟିବା ପାଇଁ ସୋନିଆ ଇଚ୍ଛା ପ୍ରକାଶ କରିଥିଲେ।  ସେପଟେ ପୂର୍ଣ୍ଣକାଳୀନ ନେତୃତ୍ୱ ପାଇଁ କଂଗ୍ରେସର ୨୦ରୁ ଅଧିକ ବରିଷ୍ଠ ନେତଙ୍କ ଚିଠିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି କଂଗ୍ରେସ କାଯର୍ୟକାରୀ କମିଟି ବୈଠକରେ ସେ ନିଜର ଅସନ୍ତୋଷ ଜାହିର କରିଥିବା ସୂଚନା ମିଳିଛି ଚିଠିର ସମୟକୁ ନେଇ ଦୁଃଖ ପ୍ରକାଶ  କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅସୁସ୍ଥ ଥିବା ଓ ମଧ୍ୟପ୍ରଦେଶ, ରାଜସ୍ଥାନରେ ଦଳ ସଂଘର୍ଷ କରୁଥିବା ବେଳେ କଂଗ୍ରେସ ନେତାଙ୍କ ଚିଠିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଦଳୀୟ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ନେତାଙ୍କ ଚିଠି ପରେ କଂଗ୍ରେସରେ ସୃଷ୍ଟି ହୋଇଛି ହଟଚମଟ । ତେବେ ଗାନ୍ଧୀ ପରିବାରର ସଦସ୍ୟଙ୍କ ପାଖରେ ହିଁ କଂଗ୍ରେସର ନେତୃତ୍ୱ ରହୁ ବୋଲି ଚାହୁଛନ୍ତି ୪ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ସୋନିଆ ଗାନ୍ଧୀ ଏବଂ ତାଙ୍କ ପରିବାରକୁ ଦୃଢ ସମର୍ଥନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like