• translate
Prangyan Parimita

ଜବଲପୁର : ରାକ୍ଷୀର ମାନ ରଖିଲାନି, ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ। ବାକି ରାକ୍ଷୀର ପାଉଣା ବଦଳରେ ଭଉଣୀକୁ ବିଧବା ସଜାଇଦେଲା। ପରିବାର ବିରୋଧରେ ଯାଇ  ପ୍ରେମ ବିବାହ କରିଥିବାରୁ ଏକଥାକୁ ସ୍ୱୀକାର କରିନପାରି  ଭଉଣୀର ସୁନାର ସଂସାର ଚୁନା କରିଦେଲା।  ଭିଣୋଇର ମୁଣ୍ଡକୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହ ଥାନାରେ ପହଞ୍ଚିଗଲା ଅଭିଯୁକ୍ତ ଭାଇ । ସେପଟେ  ସ୍ୱାମୀର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ମହିଳା ।  ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତରର୍ଗତ ତିଲୱାରା ଘାଟ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି।

୨୬ ଫେବୃଆରୀରେ ଯୁବତୀ ଜଣଙ୍କ ଲୁଚିକି ଘରୁ ପଳାଇ ବ୍ରିଜେଶଙ୍କୁ ପ୍ରେମବିବାହ କରିଥିଲେ।  ଝିଅ ଅନ୍ୟ ଏକ ଜାତିର ପୁଅକୁ ବିବାହ କରିଥିବାରୁ ପରିବାର ଲୋକେ ରକ୍ତଚାଉଳ ଚୋବାଉଥିଲେ। ଝିଅକୁ ପ୍ରେମ ଜାଲରେ ଫସାଇ ମୃତକ ବ୍ରିଜେଶ ବର୍ମନ ବିବାହ କରିଥିବା ସନ୍ଦେହ କରୁଥିଲେ  ଅଭିଯୁକ୍ତ ଧିରଜ ଶୁକ୍ଳା ଏବଂ ପରିବାର ଲୋକେ। ଆଉ ଏହି ଘଟଣା ନେଇ  ଅଭିଯୁକ୍ତ ଏବଂ ବ୍ରିଜେଶ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ତେବେ ଘଟଣା ଦିନ  ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ଅଭିଯୁକ୍ତ ଘରୁ କୁରାଢ଼ୀ ଆଣି ବ୍ରିଜେଶଙ୍କୁ ଆକ୍ରମଣ କରିଥିଲା। ଭଉଣୀ କଥା ଟିକିଏ ବି ଚିନ୍ତା ନକରି ଭିଣୋଇଣର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଲା। ତେବେ ହତ୍ୟା କରିବା ପରେ କଟା ମୁଣ୍ଡ ଏବଂ କୁରାଢ଼ୀ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ।

ଗତ ଗୁରୁବାର ସବୁଦିନ ପରି ଥାନାରେ ପହଞ୍ଚି ପୋଲିସକର୍ମୀ ମାନେ ନିତି ଦିନ ପରି କାମ ଆରମ୍ଭ କରିଥିଲେ। ଆଉ ସେତିକିବେଳେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଗଲା ଅଭିଯୁକ୍ତ । କଟାମୁଣ୍ଡ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ସେପଟେ ସ୍ୱାମୀଙ୍କ ବିଭତ୍ସ ହତ୍ୟା ଖବର ଶୁଣି ବେକରେ ରଶି ଲଗାଇ ପତ୍ନୀ ଆତ୍ମହତ୍ୟା କରିଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋର୍ଷ୍ଟମଟର୍ମ ପାଇଁ ପଠାଇ ଦେଇଥିଲା ପୋଲିସ୍ । ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଛାନଭିନ୍ କରାଯାଉଛି।

 

 

 

Other Stories