ପାଣି ନେଉଛି କିନ୍ତୁ ଟିକସ ଦେଉନାହିଁ ଆନ୍ଧ୍ର

ପାଣି ନେଉଛି କିନ୍ତୁ ଟିକସ ଦେଉନାହିଁ ଆନ୍ଧ୍ର

ଭୁବନେଶ୍ୱର : ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ  । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନର ଚୁକ୍ତି ଆନ୍ଧ୍ରପ୍ରଦେଶ ଖିଲାପ କରିଥିବା ଅଭିଯୋଗ ହୋଇଛି  । ୧୯୭୮ ଡିସେମ୍ବର ୧୫ରେ ଜଳ ଆବଣ୍ଟନ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଚୁକ୍ତି ଅନୁସାରେ ଓଡିଶାର ୧୭ଟି ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ର ପାଣିନେବ ଏବଂ ଏହିସବୁ ପ୍ରକଳ୍ପ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚର ଏକ ତୃତୀୟାଂଶ ଟଙ୍କା ପୈଠ କରିବ । ଚୁକ୍ତି ଅନୁସାରେ ଆନ୍ଧ୍ର ଓଡିଶାରୁ ପାଣି ନେଉଛି କିନ୍ତୁ ଟଙ୍କା ପ୍ରଦାନ କରୁନାହିଁ । ଚୁକ୍ତି ସ୍ୱାକ୍ଷରିତ ହେବା ପରଠାରୁ ମାତ୍ର ଦୁଇଥର ୧୯୯୧ ଏବଂ ୧୯୯୨ ବର୍ଷରେ ଆନ୍ଧ୍ର ଜଳକର ପୈଠ କରିଛି ।

ଫଳରେ ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ଆନ୍ଧ୍ର ଉପରେଏହି ବକେୟା ପରିମାଣ ୪ କୋଟି ୧୫ଲକ୍ଷରୁ ଅଧିକ ହୋଇଛି । ତଥାପି ଏହି ଜଳକରକୁ ଆଦାୟ କରିବାରେ ବିଫଳ ହୋଇଛନ୍ତି ସରକାର  । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ।

You might also like