ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରୁ ବିଶାଳକାୟ ଶିବଲିଙ୍ଗ ସହ ଦେବାଦେବୀ ମୂର୍ତ୍ତି ଉଦ୍ଧାର

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରୁ ଏକ ବିଶାଳକାୟ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଏହି ଶିବଲିଙ୍ଗର ଉଚ୍ଚତା ୪ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ଏହାର ପରିଧି ପ୍ରାୟ ୪୨ ଇଞ୍ଚ ରହିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଏହି ସୂଚନା ଦେଇଛନ୍ତି।

Ancient idols and objects of archaeological importance found in Ayodhya near Ram temple construction site

ଏଥିସହ ଘଟଣାସ୍ଥଳରୁ ୭ଟି କଷଟିପଥର ଖମ୍ବ ୬ଟି ବାଲୁକା ପଥର(ସାଣ୍ଡ ଷ୍ଟୋନ୍‌) ଅନେକ ଦେବାଦେବୀଙ୍କ ମୂର୍ତ୍ତିର ଭଗ୍ନାବଶେଷ, ପଥର ନିର୍ମିତ ଫୁଲ ଓ କଳସ ଉଦ୍ଧାର କରାଯାଇଛି।

Ancient idols and objects of archaeological importance found in Ayodhya near Ram temple construction site

ରାମ ଜନ୍ମଭୂମି ମନ୍ଦିର ନିର୍ମାଣସ୍ଥଳୀର ଜମି ସମତୁଲ କରାଯାଉଥିବା ବେଳେ ଏସବୁ ବିରଳ ସାମଗ୍ରୀ ଉଦ୍ଧାର କରାଯାଇଛି।

Ancient idols and objects of archaeological importance found in Ayodhya near Ram temple construction site

ମେ ୧୧ ତାରିଖ ପରଠାରୁ ଅଯୋଧ୍ୟା ରାମ ଜନ୍ମଭୂମି ନିର୍ମାଣସ୍ଥଳୀକୁ ସମତୁଲ କରାଯିବା ସହ ସେଠାରେ ପଡ଼ିଥିବା ବିଭିନ୍ନ ସାମଗ୍ରୀକୁ ସଫା କରାଯାଉଛି। ଏଥିପାଇଁ ଅଯୋଧ୍ୟା ଜିଲ୍ଲା ପ୍ରଶାସନର ଅନୁମତି ନିଆଯାଇଛି।

रामजन्मभूमि परिसर में मिले मंदिर के अवशेष

You might also like