ଯୁବ କ୍ରିକେଟରଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଶାନଦାର ଭେଟି, ୬ ଭାରତୀୟ ଖେଳାଳିଙ୍କୁ ଏସୟୁଭି କାର ଉପହାର ଦେବାକୁ ଘୋଷଣା

  • ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର
  • ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା

ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ।  ଖେଳାଳିଙ୍କ ଶାନଦାର ପ୍ରଦର୍ଶନ ପରେ ଖୁସିରେ ଗଦଗଦ ହୋଇ କ୍ରିକେଟରେ ବିଶେଷ ରୁଚି ରଖୁଥିବା ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି ଉପହାର ଘୋଷଣା କରିଛନ୍ତି। ଭାରତର ଯୁବ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକ ତଥା କ୍ରିକେଟ ବିଶେଷଜ୍ଞଙ୍କ ହୃଦୟ ଜିତି ନେଇଛି । ଭାରତର ଏହି ଐତିହାସିକ ବିଜୟ ପାଇଁ ବିସିସିସଆଇ ପକ୍ଷରୁ ମଧ୍ୟ ପାଞ୍ଚ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।

ଅଷ୍ଟ୍ରେଲିଆ ଗସ୍ତରେ ଡେବ୍ୟୁ କରିଥିବା ଶୁବମାନ ଗିଲ, ମହମ୍ମଦ ସିରାଜ, ଟି ନାଟରାଜନ୍, ୱାଶିଂଟନ୍ ସୁନ୍ଦର ଓ ନବଦୀପ ସାଇନିଙ୍କୁ ମହିନ୍ଦ୍ରା ତରଫରୁ ଗାଡ଼ି ଗିଫ୍ଟରେ ମିଳିବ।  ଯୁବପୀଢ଼ିଙ୍କୁ ଆତ୍ମବିଶ୍ୱାସ ବଢ଼ାଇ‍ ସହ ଉତ୍ସାହିତ କରିବା ଉପହାର ଦେବାର ମୂଳ ଉଦ୍ଦେଶ୍ୟ ବୋଲି ଟ୍ୱିଟ୍ କରି କହିଛନ୍ତି ଆନନ୍ଦ ମହିନ୍ଦ୍ରା’ । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଆତ୍ମସନ୍ତୋଷ ଦେଇଛି । ଦେଶକୁ ବିଜୟୀ କରିବା ପାଇଁ ଖେଳାଳି ପ୍ରାଣମୂର୍ଚ୍ଚା ଉଦ୍ୟମ କରିଥିଲେ । ଆଉ ସେଥିପାଇଁ ଅତ୍ୟାଧୁନିକ THAR-SUV ଗାଡ଼ି ନିଜ ଆକାଉଣ୍ଟରୁ ଉପହାର ଆକାରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପୁରା ସିରିଜରେ ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଦଳକୁ ସ୍ମରଣୀୟ ବିଜୟ ଦେଇପାରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତ ପକ୍ଷରୁ ସର୍ବାଧିକ ୧୩ ୱିକେଟ୍ ନେଇ ପୁରା ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବ୍ରିସବେନ୍‌ରେ ଖେଳାଯାଇଥିବା ଟେଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ୱାଶିଂଟନ୍ ସୁନ୍ଦର ଏବଂ ଶାର୍ଦ୍ଦୁଲ ଠାକୁର ଭଲ ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ବ୍ରିସବେନ୍‌ରେ ଯୁବ ଓପନର୍ ଶୁବମାନ ଗିଲ ୯୧ ରନ୍‌ର ଚମତ୍କାର ଇନିଂସ ଖେଳି ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ, ଆନନ୍ଦ ମହିନ୍ଦ୍ରା ପୂର୍ବରୁ ମଧ୍ୟ ଖେଳାଳିଙ୍କୁ ସମ୍ମାନିତ କରିସାରିଛନ୍ତି । ସେ ୨୦୧୭ ରେ ସୁପର ସିରିଜ୍ ଟାଇଟଲ୍ ଜିତିବା ପରେ କାଦମ୍ବି ଶ୍ରୀକାନ୍ତଙ୍କୁ ଏକ TUV ୩୦୦ ଉପହାର ଦେଇଥିଲେ ।

You might also like