ୱାସିଂଟନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପମାନ

ୱାସିଂଟନ : ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଆମେରିକା ୱାସିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଖଲିସ୍ତାନୀ ପତାକାରେ ଘୋଡ଼ାଇ ଦିଆଯାଇ ବିରୋଧ ପ୍ରଦର୍ଶନ ହୋଇଛି ।  ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଏଭଳି କୁତ୍ସିତ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତ୍ତଳିକାକୁ ଧରି ବିକ୍ଷୋଭ ହୋଇଛି ।

ମୋଦିଙ୍କ ବିରୋଧରେ ନାରାବାଜୀ କରିବା ସହ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିବାକୁ ଯାଇ ବିକ୍ଷୋଭକାରୀ ମାନେ ଗାନ୍ଧିଙ୍କୁ ବି ଅପମାନିତ କରିଛନ୍ତି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଭାରତୀୟ ହାଇକମିଶନର୍ । ଆମେରିକା ଆଇନ ବିଭାଗକୁ ଏସମ୍ପର୍କରେ ଜଣାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ଦାବି ହୋଇଛି ।

You might also like