ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ଼: ଭାରତୀୟ ବାୟୁ ସେନା(IAF)ର ଏକ ଯୁଦ୍ଧ ବିମାନ ପଞ୍ଜାବର ହୋସିଆର୍‌ପୁର୍‌ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ସାଢ଼େ ୧୦ଟାରେ ଏକ ବିଲ ଭିତରେ MiG-29 ଯୁଦ୍ଧ ବିମାନ ଖସି ପଡ଼ିଥିବା ସୂଚନା ମିଳିଛି।

ଆଜି ସକାଳ ୧୦.୪୫ରେ ମିଗ-୨୯ ଯୁଦ୍ଧ ବିମାନ ଜଳନ୍ଧର ସ୍ଥିତ ଏୟାର ବେସ୍‌ରୁ ଟ୍ରେନିଂ ମିଶନରେ ବାହାରିଥିଲା। ଉଡ଼ାଣ କିଛି ସମୟରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ତଳକୁ ଖସିବା ପୂର୍ବରୁ ପାଇଲଟ ଜଣଙ୍କ ସୁରକ୍ଷିତ ଭାବେ ଆକାଶ ଛତା ଦ୍ୱାରା ବାହାରକୁ ଚାଲି ଆସିଥିଲେ। ବିମାନଟି ତଳେ ପଡ଼ିବା କ୍ଷଣି ଏଥିରେ ନିଆଁ ଲାଗିଯାଇଥିଲା ଓ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଥିଲେ।

ଖବର ପାଇ ହେଲିକପ୍ଟର ଦ୍ୱାରା ବିମାନର ପାଇଲଟଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। କେମିତି ଓ କାହିଁକି ଏହି ଦୁର୍ଘଟଣା ଘଟିଲା, ତା’ର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

You might also like