ବନ୍ୟା ପରେ ଡରାଇଲା ଭୂକମ୍ପ

ଗୌହାଟି: ଗୋଟିଏପଟେ ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ଥିବାବେଳେ ଅନ୍ୟପଟେ ଭୂକମ୍ପ ଲୋକଙ୍କୁ ଆହୁରି ଭୟଭୀତ କରାଇଛି। ଆଜି ଭୋର ସମୟରେ ଆସାମର ହୈଲାକାଣ୍ଡିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି।

National Center for Seismology(NCS)ର ସୂଚନା ଅନୁସାରେ, ଆଜି ଭୋର ୪ଟା ୨୫ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

ଅନ୍ୟପକ୍ଷେ, ଆସାମରେ ବନ୍ୟା ଯୋଗୁ ୨୭ ଜିଲ୍ଲାର ପ୍ରାୟ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। Central Water Commissionଙ୍କ ରିପୋର୍ଟ ଅନୁସାରେ, ରାଜ୍ୟର ଅଧିକାଂଶ ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରହ୍ମପୁତ୍ର ନଦୀ ଉଗ୍ରରୂପ ନେଇଛି।

ବନ୍ୟା ବିପନ୍ନଙ୍କୁ ଉଦ୍ଧାର ଓ ରିଲିଫ୍ ପହଞ୍ଚାଇବା କାର୍ଯ୍ୟରେ NDRF ଟିମ୍‌ ସାମିଲ ହୋଇଛନ୍ତି। ବିପନ୍ନଙ୍କ ପାଇଁ ୩୦ ଜିଲ୍ଲାରେ ୪୮୭ ରିଲିଫ୍ କ୍ୟାମ୍ପ କରାଯାଇଛି। ୧ଲକ୍ଷ ୨୫ ହଜାର ବିପନ୍ନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

You might also like