କରୋନା ଯୋଦ୍ଧାଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: କୋଭିଡ -୧୯ ହସ୍ପପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି ଜାରି ହେଲା ଆଡଭାଇଜରୀ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, କୋଭିଡ -୧୯ ହସ୍ପିଟାଲରେ କାର୍ଯ୍ୟରତ  ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତର ଭୟ ଅଧିକ ରହିଛି।  ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସଂପୃକ୍ତ ହସ୍ପିଟାଲ କତ୍ତୃପକ୍ଷଙ୍କୁ କୁହାଯାଇଛି ।

ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ହସ୍ପଟାଲ ଇନଫେକସନ କଣ୍ଟ୍ରୋଲ କମିଟି ଗଠନ କରିବାକୁ ମଧ୍ୟ ହସ୍ପପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ।

ମେଡିକାଲରେ ଜଣେ ଜଣେ ନୋଡାଲ ଅଫିସର ବା ଇନଫେକସନ କଣ୍ଟ୍ରୋଲ ଅଫିସର ନିଯୁକ୍ତି କରାଯାଉ ବୋଲି ମଧ୍ୟ ଆଡଭାଇଜରୀରେ କୁହାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ମନିଟର କରିବେ । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସେଲ୍ଫ ହେଲ୍ଥ ମନିଟରିଂ ପାଇଁ ଟ୍ରେନିଂ ନେବାକୁ  କୁହାଯାଇଛି ।

ସ୍ୱାସ୍ଥ୍ୟକର୍ମୀମାନେ ଯଦି କୌଣସି ଲକ୍ଷଣ ଅନୁଭବ କରନ୍ତି ,ସେମାନେ ତୁରନ୍ତ ସେହି ନୋଡାଲ ଅଫିସର କିମ୍ବା ବିଭାଗୀୟ ମୁଖ୍ୟଙ୍କୁ ଜଣାଇବାକୁ କୁହାଯାଇଛି ।  କୋଭିଡ୍-୧୯ ହସ୍ପପିଟାଲରେ ଏସଓପି ଜାରି କରିବାକୁ ବି ଏଥିରେ ଗୁରୁତ୍ୱ ଦିଆଯାଇଛି ।

You might also like