ଅମ୍ପନର ଆଁରୁ ବର୍ତ୍ତିଗଲା ଓଡ଼ିଶା, ଧ୍ୱସ୍ତବିଧ୍ୱସ୍ତ ହେଲା ପଶ୍ଚିମବଙ୍ଗ

କୋଲକାତା: ଅମ୍ପନର ଆଁରୁ ସିନା ବର୍ତ୍ତିଗଲା ଓଡ଼ିଶା, ହେଲେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳ। କେହି କେବେ ଭାବିନଥିବା ଭଳି ବିପର୍ଯ୍ୟ ଆଣିଛି ସାମୁଦ୍ରିକ ଝଡ଼। ଗତକାଲି ପ୍ରାୟ ୬ ଘଣ୍ଟା ଧରି ୧୨୫ରୁ ୧୩୫ କିଲୋମିଟର ବେଗର ବହିଥିବା ଝଡ଼ରେ ଛିନ୍‌ଛତ୍ର ହୋଇଛି CITY OF JOY କୋଲକାତା। ବଡ଼କଥା ହେଉଛି, ବାତ୍ୟାରେ ୭୨ ଜଣଙ୍କ ଜୀବନ ବି ଯାଇଛି। ତେବେ ଯିଏ ଏହି ଖଣ୍ଡ ପ୍ରଳୟକୁ ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ କହିବା କଥା ଏଭଳି ବାତ୍ୟା ଆଗରୁ କେବେ ଦେଖିନଥିଲେ।

ପବନର ଭୟଙ୍କର ଗର୍ଜନ ଓ ପ୍ରଖର ଗତିରେ ଗତକାଲି ୬ ଘଣ୍ଟାର ଖଣ୍ଡପ୍ରଳୟ ରଚିଛି ବାତ୍ୟା ଅମ୍ପନ। ୩ ଦଶନ୍ଧି ଧରି ନା କେହି କେବେ ଦେଖିଥିଲେ, ନା ଶୁଣିଥିଲେ ନା ଅନୁଭବ କରିଥିଲେ ଏଭଳି ପ୍ରଳୟଙ୍କରୀ ସ୍ଥିତି। ପ୍ରଳୟ ଆଁରେ ଫସିଯାଇଥିଲା ପଶ୍ଚିମବଙ୍ଗର ବହୁ ଇଲାକା। କେଉଁଠି ଆଖି ସାମ୍ନାରେ ଉଡ଼ିଯାଉଥିଲା ଛାତ, ତ ଆଉ କେଉଁଠି ଟଳିପଡୁଥିଲା ବର୍ଷ ବର୍ଷର ବୃକ୍ଷରାଜି।

ଧୂଆଁ ଭଳି ଉଡୁଥିବା ବର୍ଷା ସହ ଅଣଚାଷ ପବନର ମାଡ଼ରେ ଏକକୁ ଆରେକ ଛାତିଥରା ଦୃଶ୍ୟ। ଆଉ ୬ ଘଣ୍ଟା ଧରି ପାଗଳ ଭଳି ଅମ୍ପନ ତାଣ୍ଡବ ରଚିବା ପରେ ଶ୍ରୀହୀନ ହୋଇଯାଇଛି ପଶ୍ଚିମବଙ୍ଗର କିଛି ଅଞ୍ଚଳ।

ଚାରିଆଡ଼େ ଧ୍ୱଂସବିଧ୍ୱସ୍ତର ଚିତ୍ର। ଛାରଖାର ହୋଇଯାଇଛି କୋଲକାତା। ଦମ୍‌ଦମ୍ ହେଉ କି ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ହେଉ କି ସାଗର ଦ୍ୱୀପପୁଞ୍ଜ। ସବୁଠି ଉଜୁଡ଼ା ଚିତ୍ର ଦେଖିବାକ ମିଳିଛି। ଅପରାହ୍ନରୁ ରାତିତମାମ ବାତ୍ୟା ମାଡ଼ରେ ସର୍ବନାଶ ହୋଇଯାଇଛି ଚାଳ, ଚୁଲି ସହ ଜୀବନ ଓ ଜୀବିକା।

Cyclone Amphan in Bengal: BJP's politics- leaders ignore, minions ...

ବାତ୍ୟା ଅମ୍ପାନ୍ ପରେ ଲଗାଣ ବର୍ଷାରେ ଉବୁଟୁବୁ  କୋଲକାତା ବିମାନ ବନ୍ଦର। ସ୍ଥାନେ ସ୍ଥାନେ ୪ରୁ ୫ଫୁଟ୍ ଉଚ୍ଚର ପାଣି ଢେଉ ଖେଳୁଛି। ରନ୍‌ୱେରୁ ପାର୍କିଂ ଲଟ୍, ହେଙ୍ଗର୍ ସବୁଠି ପାଣି ଜମିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭିକ୍ଟୋରିଆ ମେମୋରିଆଲ୍ ପରିସର ବି ଛିନ୍‌ଛତ୍ର। ବର୍ଷ ବର୍ଷର ବୃକ୍ଷରାଜି ଉଜୁଡ଼ିଯିବା ସହ ଚାରିଆଡ଼ ଶ୍ରୀହୀନ ହୋଇଯାଇଛି।

Never Witnessed Such Destruction,' Says Mamata As Cyclone Amphan ...

ତେବେ ଏହି ଗୋଟିଏ ଦୁଇଟି ସ୍ଥାନ ନୁହେଁ, କୋଲକାତା ସମେତ ସୁନ୍ଦରବନ, ସାଗର ଦ୍ୱୀପ, କାକ୍‌ଦୀପ ଅଞ୍ଚଳ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ମାଟି ଘର ସବୁ ମାଟିରେ ମିଶିଯାଇଛି। ସବୁଠି ଏନ୍‌ଡିଆର୍‌ଏଫ୍, ଦମକଳ ବାହିନୀ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Cyclone Amphan wreaks havoc in Odisha and West Bengal. -

ସେପଟେ ବାତ୍ୟା ପରବର୍ତ୍ତି ସ୍ଥିତି ଏବଂ ପୁନରୁଦ୍ଧାର ନେଇ ନବାନ୍ନ ହାଉସ୍‌ରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାତି ତମାମ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଥିବାବେଳେ କୋଲକାତାରେ ୧୫ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତାସହ ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମମତା ଘୋଷଣା କରିଛନ୍ତି।

Minimising Human Cost amid Mass Destruction: How NDRF Tackled Dual ...

Cyclone Amphan Images: Latest Cyclone Amphan Photos | The ...

 

Monstrous and merciless', 'savage': How front pages record ...

Amphan Cyclone news: Cyclone Amphan leaves behind major ...

Amphan: Kolkata devastated as cyclone leaves scores dead - BBC News

You might also like