ମୋବାଇଲ କଲ ପୂର୍ବରୁ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭଙ୍କ ସ୍ୱର

ଅମିତାଭଙ୍କ ବଦଳରେ ଆଉ କିଏ?

ମୋବାଇଲ କଲ ପୂର୍ବରୁ ଶୁଣିବାକୁ ମିଳିବ ନାହିଁ ଅମିତାଭଙ୍କ ସ୍ୱର

ବଚ୍ଚନଙ୍କ ସହ ଚୁକ୍ତି କରିବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଏଣିକି ମୋବାଇଲ ଫୋନରେ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭ ବଚ୍ଚନଙ୍କ କରୋନା ସଚେତନତାର ବାର୍ତ୍ତା। ବଚ୍ଚନଙ୍କ ବଦଳରେ ଏଣିକି ଶୁଣିବାକୁ ମିଳିବ ଜଣେ ମହିଳାଙ୍କ ସ୍ୱର। କେବଳ ଏତିକି ନୁହେଁ , କରୋନା ସଚେତନତା ନୁହେଁ ବରଂ କୋଭିଡ ଟିକା ସମ୍ପର୍କରେ ମୋବାଇଲ ଫୋନରେ ଦିଆଯିବ ବାର୍ତ୍ତା। ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

କରୋନା ମହମାରୀ ପାଇଁ କେନ୍ଦ୍ରଠୁ ରାଜ୍ୟ ସରକାର ଅନେକ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କହିବାକୁ ଗଲେ, ଆମେ କରୋନା ସଂକ୍ରମଣ ସମୟରେ ନିଜକୁ ମୋବାଇଲ ସହ ଅଧିକାଂଶ ସମୟ ବ୍ୟସ୍ତ ରଖୁଥିଲେ। କାରଣ ଲକଡାଉନ ଓ ସଟଡାଉନ ପାଇଁ ଘରୁ ବାହାରି ପାରୁନଥିଲେ ଲୋକେ। ତେବେ ମୋବାଇଲ ଫୋନରେ କଲ କରିବା ପୂର୍ବରୁ ଆମେ ସମସ୍ତେ ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଭଏସ ଶୁଣିଥାଆନ୍ତି। ଅମିତାଭ ଏହି ଭଏସରେ କରୋନା ସମ୍ପର୍କରେ ସଚେତନ କରୁଥିବା ଶୁଣିବାକୁ ମିଳିଥାଏ।

ତେବେ ମିଳିଥିବା ସୂଚନା ଅନୁସାରେ, ଏଣିକି ମୋବାଇଲରେ କଲ କରିବା ସମୟରେ ଆମେମାନେ ଆଉ ବିଗ ବୀଙ୍କ ସ୍ୱର ଶୁଣିବାକୁ ପାଇବା ନାହିଁ। କାରଣ ବଚ୍ଚନଙ୍କ ସହ ଏଣିକି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୁକ୍ତି କରିବ ନାହିଁ ବୋଲି ସୂଚନା ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅମିତାଭଙ୍କ ବଦଳରେ କାହା ସ୍ୱର ରହିବ ତାହା ସ୍ପଷ୍ଟ ହୋଇନାହିଁ।

ତେବେ କରୋନା ସଚେନତା ପାଇଁ ଅମିତାଭ ଯେଉଁ ଭଏସ ଦେଉଥିଲେ ତାହାକୁ ନେଇ ଆପତ୍ତି ବି ହୋଇଛି। କୁହାଯାଇଛି ଯେ, କରୋନା ସଂକ୍ରମଣରୁ ଯିଏ ନିଜକୁ ରକ୍ଷା କରିପାରିଲେ ନାହିଁ ତାଙ୍କର ଭଏସ ସଚେତନ ବାର୍ତ୍ତା  ବାଣ୍ଟିବାରେ ବ୍ୟବହାର ହେବା ଠିକ୍ କଥା ନୁହେଁ। ଏଠାରେ ଆପଣଙ୍କୁ କହି ରଖୁ କି, ଗତ ବର୍ଷ ଜୁଲାଇ ମାସରେ କରୋନା ମହାମାରୀରେ ସଂକ୍ରମିତ ହୋଇଥିଲେ ଅମିତାଭ ବଚ୍ଚନ।

ତେବେ ଏପରି ଯାଚିକା ଦିଲ୍ଲୀର ଜଣେ ସାମାଜିକ କର୍ମୀ ରାକେଶ କୋର୍ଟରେ ଦାଖଲ କରିଛନ୍ତି । ରାକେଶଙ୍କ କହିବା ଅନୁସାରେ ଏହି ମହାମାରୀଠୁ ଦୂରେଇ ରହିବା ପାଇଁ ସରକାର ସଚେତନତା ବାର୍ତ୍ତା ବାଂଟୁଛନ୍ତି କିନ୍ତୁ ଯିଏ ନିଜକୁ କରୋନାଠାରୁ ରକ୍ଷା କରିପାରିଲେ ନାହିଁ ତାଙ୍କୁ ବର୍ତ୍ତମାନ ସମୟରେ ଏହି କାର୍ଯ୍ୟରୁ ଦୂରେଇ ରଖିବାର ଆବଶ୍ୟକତା ରହିଛି। ଏହାସହ ଆବେଦନକାରୀ କୋର୍ଟରେ କହିଛନ୍ତି ଯେ, ଅମିତାଭ ବଚ୍ଚନାଙ୍କ ବ୍ୟତିତ ଦେଶରେ ଏମିତି ଅନେକ କରୋନା ଯୋଦ୍ଧା ଅଛନ୍ତି ଯେଉଁମାନେ କେନ୍ଦ୍ର ସରକାରଙ୍କ ଏହି କାମକୁ ପୂରା ମାଗଣାରେ କରିବାକୁ ରାଜି ଅଛନ୍ତି। କିନ୍ତୁ ଅମିତାଭ ନିଜକୁ ଜଣେ ସାମାଜିକ କର୍ମୀ ଭାବରେ ଗ୍ରହଣ କରୁନାହାନ୍ତି। ତେଣୁ ତାଙ୍କୁ ଏହି କାମରୁ କେନ୍ଦ୍ର ସରକାର ହଟାଇ ନେବାର ଆବଶ୍ୟକତା ରହିଛି।

You might also like