ଅମିତାଭଙ୍କ ପରେ ଅଭିଷେକଙ୍କୁ କରୋନା

ମୁମ୍ବାଇ: ବିଗବି ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଷେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।


ଏହା ପୂର୍ବରୁ ବିଗବି ଅମିତାଭ ବଚ୍ଚନ ମଧ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ।

ବିଗବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି। ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଟ୍ୱିଟ୍ କରିଛନ୍ତି ଅମିତାଭ୍। ସେହିଭଳି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ ପାଇଁ ସେ ନିବେଦନ କରିଛନ୍ତି।

୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ ରହିଥିଲା ତେଣୁ ଏହି ଫିଲ୍ମ ସୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ମିଳିଛି।

You might also like