କାହିଁକି ଅମିତ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଇ ଦେଇଥିଲା ଟ୍ୱିଟର ?

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ପୁଣିଥରେ ଟ୍ୱିଟର ପକ୍ଷରୁ ଶାହଙ୍କ ଫଟୋ ଲଗା ଯାଇଥିଲା।

କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଟ୍ୱିଟରରେ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଯିବା ପରେ ବ୍ଲାଙ୍କ୍‌ ପେଜ୍‌ ସହ “Media not displayed” ଲେଖା ଯାଇଥିବା ନଜର ଆସିଥିଲା।

ଏହାକୁ ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ, ‘ଅଜାଣତରେ ଏଭଳି ତ୍ରୁଟି ଯୋଗୁ ଆମେ ଆମର ଗ୍ଲୋବାଲ୍‌ କପିରାଇଟ୍ ପଲିସି ଆଧାରରେ ଅସ୍ଥାୟୀ ଭାବରେ ଏହି ଆକାଉଣ୍ଟକୁ ଲକ୍‌ କରି ଦେଇଥିଲୁ। ଏହାପରେ ଏହି ଆକାଉଣ୍ଟକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା।’

ଅମିତ ଶାହଙ୍କ ଟ୍ୱିଟର ଆକାଉଣ୍ଟରେ ୨୩ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।

You might also like