ଗୋଅାରେ ରାଜନୈତିକ ସ୍ଥିତି ସମ୍ଭାଳିବାକୁ ବିଜେପିର ପ୍ରୟାସ

ରାଜ୍ୟ ନେତାଙ୍କ ସହ ଅାଲୋଚନା କରିବେ ଅମିତ ଶାହ

ଗୋଅା : ଗୋଅାରେ ରାଜନୈତିକ ସ୍ଥିତିର ମୁକାବିଲା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅାଜି ଦଳର ବରିଷ୍ଠ ନେତାଙ୍କ ସହ  ଅାଲୋଚନା କରିବେ। ଗତ କିଛି ମାସ ହେଲା ଚିକିତ୍ସା ଲାଗି ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଛୁଟିରେ ଅଛନ୍ତି।

ତେଣୁ  ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରି କଂଗ୍ରେସକୁ ସରକାର ଗଠନ ଲାଗି ଅାମନ୍ତ୍ରଣ କରିବାକୁ ଦଳ ଦାବି କରିଛି।  

 

ସେପଟେ ବିଜେପିକୁ ସମର୍ଥନ କରୁଥିବା ୩ ସ୍ୱାଧୀନ ବିଧାୟକଙ୍କ ସହ ୬ ଜଣ ବିଧାୟକ ମିଶି ମୋର୍ଚା ଗଠନ କରିଥିବାରୁ ଏହା ବିଜେପିକୁ ଅଡୁଅାରେ ପକାଇଛି। ତେବେ ଶାହ ଏହି ସବୁ ପ୍ରସଙ୍ଗ ନେଇ ବିଜେପି ନେତାଙ୍କ ସହ ଅାଲୋଚନା  କରିବେ।

 

କିଛି ମାସ ହେଲା ଚିକିତ୍ସା ଲାଗି ପାରିକର ଛୁଟିରେ ଥିବାବେଳେ ରାଜ୍ୟ ଶାସନ ବ୍ୟବସ୍ଥା ଭୁଶୁଡି ପଡିଥିବା କହିଛି କଂଗ୍ରେସ। ତେଣୁ ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରି କଂଗ୍ରେସକୁ ସରକାର ଗଠନ ଲାଗି ଅାମନ୍ତ୍ରଣ କରିବାକୁ ଦଳ ଦାବି କରିଛି। ଅନ୍ୟଦଳର ବିଧାୟକମାନେ କଂଗ୍ରେସକୁ ସମର୍ଥନ କରୁଥିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।

You might also like