ଶାହଙ୍କ ରୋଡ୍‌ ଶୋ’ ବେଳେ ଉତ୍ତେଜନା

କୋଲକାତା: କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଉତ୍ତେଜନା। ଗତକାଲି କୋଲକାତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟିଏମ୍‌ସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ।

ଶାହଙ୍କ ଗସ୍ତକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି କିଛି ବିଜେପି କର୍ମୀ ବିଶ୍ୱବିଦ୍ୟାଳୟ ପରିସରରେ ପଶି ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ, ବିଶ୍ୱବିଦ୍ୟାଳୟ ପରିସରରୁ ପଥର ମାଡ଼ ହୋଇଥିବା ବିଜେପି କର୍ମୀ ପାଲଟା ଅଭିଯୋଗ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍‌ ଲାଠିଚାର୍ଜ କରିଛି।

ଏହି ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ମମତାଙ୍କ ଦଳ ଗୁଣ୍ଡାରାଜ ଚଳାଇଛି।  ଟିଏମ୍‌ସିର ଗୁଣ୍ଡାଙ୍କୁ ନିର୍ବାଚନ କମିଶନ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ଶାହ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଛନ୍ତି।

You might also like