ବିଜେପିର ନିର୍ବାଚନୀ ଇସ୍ତାହାର: ମହିଳାଙ୍କୁ ଚାକିରି, ମାଗଣା ପାଠପଢା

କୋଲକାତା: ପଶ୍ଚିମବଙ୍ଗ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିଜେପି ଫୋକସ୍‌ରେ ପଶ୍ଚିମବଙ୍ଗର ମହିଳା ଭୋଟର୍। ତେଣୁ ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହୋଇଛି ଏକାଧିକ ପ୍ରସ୍ତାବ। ରାଜ୍ୟରେ ସରକାରକୁ ଆସିଲେ ମହିଳାଙ୍କୁ ୩୩ ପ୍ରତିଶତ ସରକାରୀ ଚାକିରୀରେ ସରଂକ୍ଷଣ, କେଜିରୁ ପିଜି ମାଗଣାରେ ପାଠ ପଢ଼ିବା ବ୍ୟବସ୍ଥା କରିବା ନେଇ ଘୋଷଣା ହୋଇଛି।

ତାସହ ଇସ୍ତାହାରରେ ମାଷ୍ଟର୍ ଷ୍ଟୋକ୍ ଖେଳିଛି ବିଜେପି। କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍‌ରେ ହିଁ ସିଏଏ ଲାଗୁ ନେଇ ବ୍ୟବସ୍ଥା ହେବ। ୭୦ ବର୍ଷ ଧରି ଶରଣାର୍ଥୀଙ୍କୁ ନାଗରିକତା ମିଳିବ। ତାହସହ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷ ଯାଏ ଦେବାକୁ ବ୍ୟବସ୍ଥା ହେବ। ଏହାସହ ସୀମାରେ ସୁରକ୍ଷା ଓ ଫେନ୍ସିଂକୁ ଆହୁରି ବଢ଼ାଯିବ ନେଇ ଇସ୍ତାହାରରେ ବିଜେପି ଦର୍ଶାଇଛି।

You might also like