ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଭେଟିଲେ ଅମିତ୍‌ ଶାହ, ନିର୍ବାଚନ ପାଇଁ ହୋଇପାରେ ବୁଝାମଣା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ପାଟନାରେ ପହଞ୍ଚି ଶାହ ନୀତୀଶଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପୁଣି ଥରେ ଉଭୟ ନେତାଙ୍କ ମଧ୍ୟରେ ଆଜି ହେବ ଡିନର୍ ମିଟିଂ। ରାତ୍ରି ଭୋଜନରେ ଦୁଇ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ବିଜେପି ଏବଂ ଜେଡିୟୁ ମଧ୍ୟରେ ପୁନଃ ମେଣ୍ଟ ହେବା ପରେ ପ୍ରଥମ ଥର ପାଇଁ ନୀତୀଶଙ୍କୁ ଭେଟିଛନ୍ତି ଅମିତ୍ ଶାହ। ୨୦୧୯ ସାଧାରଣ ନିର୍ବାଚନରେ ଦୁଇ ଦଳ ମଧ୍ୟରେ ସିଟ୍ ବୁଝାମଣାକୁ ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। କାରଣ କିଛି ଦିନ ପୂର୍ବରୁ ଆସନ ବଣ୍ଟାକୁ ନେଇ ପ୍ରତିକ୍ରିୟା ରଖିଥିଲେ ନୀତୀଶ।

You might also like