ଦିଲ୍ଲୀ ସରକାରଙ୍କ କରୋନା ଚିନ୍ତା: କାଲି କଥା ହେବେ ଶାହ ଓ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ସରକାର। ଗୋଟିଏ ପଟେ ଲକଡାଉନ ପରେ ଅନଲକ ମୋଡରେ କେନ୍ଦ୍ର ସରକାର ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪ ହୋଇଥିବାବେଳେ ମାସ ଶେଷ ସୁଦ୍ଧା ଲକ୍ଷେ ଟପିବ ବୋଲି ରାଜ୍ୟ ସରକାର ଆଶଙ୍କା କରିଛନ୍ତି।

ଏହାସହ ଅଧିକ ସଂଖ୍ୟକ ବେଡ୍ ଆବଶ୍ୟକ ଥିବାରୁ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ଥିବା ବେଡ୍‌କୁ ଦିଲ୍ଲୀବାସୀଙ୍କ ଲାଗି ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ଉପରାଜ୍ୟପାଳ ଅନିଲ ବୈଜଲ ଏହାକୁ ଖାରଜ କରିଦେଇଥିଲା ଏହାକୁ ନେଇ ବିବାଦ ଦେଖାଦେବାରୁ କରୋନା ସ୍ଥିତି ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।

ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲ ଓ ଏସ୍‌ଡିଏମ୍ଏ ସଭ୍ୟଙ୍କ ସହ ସ୍ଥିତିର ସମୀକ୍ଷା କରିବେ। ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ।

You might also like