ଏମ୍‌ସ୍‌ରୁ ଡିସ୍‌ଚାର୍ଜ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଏମ୍‌ସ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ସ୍ୱାଇନ୍‌ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଶାହଙ୍କୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ତାଙ୍କୁ ଆଜି ସକାଳ ୧୦ଟା ୨୦ମିନିଟ୍‌ ରେ ସେ ଏମ୍‌ସ୍‌ରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ଜଣାପଡ଼ିଛି।

ବର୍ତ୍ତମାନ ସେ ପୂରାପୂରି ସୁସ୍ଥ ଅଛନ୍ତି ଓ ଘରକୁ ଫେରିଛନ୍ତି ବୋଲି ବିଜେପି ନେତା ତଥା ଦଳର ଆଇଟି ସେଲ୍‌ ଇନ୍‌ଚାର୍ଜ ଅମିତ୍‌ ମାଲ୍‌ଭିୟା ଟ୍ୱିଟ୍‌ କରିଛନ୍ତି। ସୁସ୍ଥ ଥିବା କଥା ଶାହ ମଧ୍ୟ ଟ୍ୱିଟ୍‌ କରି କହିଛନ୍ତି।

ସୂଚନାଥାଉ କି, ଗତ ବୁଧବାର ଦିନ ଅମିତ ଶାହ ନିଶ୍ୱାସ ନେବାରେ କଷ୍ଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା।

You might also like