NSG ସୁରକ୍ଷା ନେବାକୁ ମନାକଲେ ଶାହ

ନୂଆଦିଲ୍ଲୀ: ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟମ ଅନୁସାରେ ଏନ୍‌ଏସ୍‌ଜି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତି। ହେଲେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ହେଁ ସେ କୌଣସି ପ୍ରକାରର କମାଣ୍ଡୋଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଏନ୍‌ଏସ୍‌ଜି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏହି ଭିଭିଆଇ ସୁରକ୍ଷା ବ୍ୟବସ୍ଥାକୁ ଶାହ ପ୍ରତ୍ୟାଖ୍ୟାନ କରିଛନ୍ତି।

ପୂର୍ବଭଳି କେବଳ ସିଆରପିଏଫ୍‌ ଯବାନମାନେ ହିଁ ଶାହଙ୍କୁ ସୁରକ୍ଷା ଯୋଗାଇବେ। ୨୦୧୪ରୁ ଶାହ ସିଆରପିଏଫ୍‌ ଯବାନମାନେ ଯୋଗାଉ ଥିବା ସୁରକ୍ଷା ବଳୟ ମଧ୍ୟରେ ଯା’ଆସ କରୁଛନ୍ତି। ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂହଙ୍କୁ ମଧ୍ୟ ଏନ୍‌ଏସ୍‌ଜି କମାଣ୍ଡୋ ସୁରକ୍ଷା ଯୋଗାଇ ଦେଉଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆତଙ୍କବାଦୀମାନେ ଅମିତ ଶାହଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଏନେଇ ବସିଥିବା କମିଟି ଶାହଙ୍କୁ ଏନ୍‌ଏସଜି କମାଣ୍ଡୋ ସୁରକ୍ଷା ଯୋଗାଇବେ ବୋଲି କହିଥିଲେ। ହେଲେ ଶାହ କେବଳ ସିଆରପିଏଫ୍‌ ଯବାନଙ୍କ ସୁରକ୍ଷା ବଳକୁ ପସନ୍ଦ କରିଥିଲେ। ଶାହଙ୍କୁ ୩ଟି ଶିଫ୍ଟରେ ୧୦୦ ଜଣ ସିଆରପିଏଫ୍‌ ଯବାନ ସୁରକ୍ଷା ଯୋଗାଇ ଦେଉଛନ୍ତି। ଶାହଙ୍କ ପୂର୍ବରୁ ଯେତେ ଜଣ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ସମସ୍ତଙ୍କୁ ଏନ୍‌ଏସ୍‌ଜି କମାଣ୍ଡୋ ସୁରକ୍ଷା ଯୋଗାଉଥିଲେ।

ଆହୁରି ପଢ଼ନ୍ତୁ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

You might also like