ଛତିଶଗଡ଼ରେ କାହିଁକି ଘଟିଲା ଏମିତି କାଣ୍ଡ? ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଶାହା

ବିଜାପୁରରେ ଶାହା

ରାୟପୁର: ଛତିଶଗଡ଼ ନକ୍ସଲ ଆକ୍ରମଣ ପରେ ଆଜି ବିଜାପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜାପୁରରେ ସେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ପରେ ସେ ପୁରା ଘଟଣାର ସମୀକ୍ଷା କରିବେ। ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରି କିଭଳି ପରିସ୍ଥିତିରେ ଏତେ ବଡ ଘଟଣା ଘଟିଲା, କାରଣ କଣ, ଭୁଲ ରହିଲା କେଉଁଠି, ଏହାକୁ କେମିତି ଭବିଷ୍ୟତରେ ଏଡ଼ାଇ ଦେଇହେବ, ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଶାହା। ନକ୍ସଲ ଦମନ ରଣନୀତିରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି। ଏହାସହ ଶାହା ହସପିଟାଲ ଯାଇ ଆହତ ଯବାନଙ୍କୁ ମଧ୍ୟ ଭେଟିବେ। ଗତକାଲି ବିଜାପୁର-ସୁକମା ଜିଲ୍ଲା ସୀମାନ୍ତ ବସ୍ତର ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ସଂଘର୍ଷରେ ସହିଦ୍ ହୋଇଛନ୍ତି ୨୩ ଜଣ ଯବାନ। ଏହାସହ ୩୦ ଯବାନ ଆହତ ମଧ୍ୟ ହୋଇଛନ୍ତି।

ତେବେ ପୁଣି ରକ୍ତର ହୋଲି ଖେଳିଛନ୍ତି ମାଓବାଦୀ। ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ତରେମ୍‌ ଜଙ୍ଗଲରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟରେ ଗତକାଲି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ  ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ।  ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଏବେ ବି ଆଉ ଜଣେ ଯବାନ ନିଖୋଜ ଅଛନ୍ତି ଏବଂ ୩୦ ଜଣ ଆହତ ଯବାନ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହା ଚଳିତ ବର୍ଷର ସବୁଠାରୁ ବଡ଼ ମାଓବାଦୀ ଆକ୍ରମଣ ।

ଶନିବାର ଦିନ ଏହି ଆକ୍ରମଣରେ ମାଓବାଦୀମାନେ ରକେଟ ଲଞ୍ଚର ଓ ଏଲଏମଜିର ବ୍ୟବହାର କରିଥିଲେ ।  ସୁରକ୍ଷାକର୍ମୀମାନେ ମାଓବାଦୀ ବିରୋଧରେ ସବୁଠାରୁ ମଜଭୁତ ଗଡ଼ ବିଜାପୁରରେ ଅପରେସନ ଚଳାଇଥିବା ବେଳେ ଏହି ଅତର୍କିତ ଆକ୍ରମଣ ହୋଇଥିଲା । ନକ୍ସଲମାନେ ଯବାନଙ୍କୁ ଗତକାଲି ତିନି ପ୍ରକାରରେ ଆକ୍ରମଣ କରିଥିଲେ । ପ୍ରଥମେ ଗୁଳି ଚଳାଇବା ସହ ଦ୍ୱିତୀୟରେ ମୁନିଆ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲେ । ଆଉ ତା’ ପରେ ଦେଶୀ ରକେଟ ଲଞ୍ଚରରେ ପାଖାପାଖି ୨୦୦ରୁ ୩୦୦ ମାଓବାଦୀ ଦଳ ସରୁକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା । ତେବେ ମାଓବାଦୀଙ୍କୁ ଉଚିତ୍‌ ଯବାବ ଦେବା ଲାଗି ଦାବି ଜୋର ଧରିଛି।

You might also like