‘ବିଭେଦକୁ ଭୁଲିଯିବା, ଏକାଠି ଲଢିବା’

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ସଂଗୀନ ହେଉଛି ପରିସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି। ଏଥିପାଇଁ ଦିଲ୍ଲୀରେ ଘନଘନ ବୈଠକ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦୁଇ ଥର ବୈଠକ ଡାକିଥିବାବେଳେ ଆଜି ପୁଣି ଥରେ ଦିଲ୍ଲୀର ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛିନ୍ତି। ବୈଠକରେ ସବୁଦଳ ପକ୍ଷରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା। ଦିଲ୍ଲୀରେ ସମସ୍ତଙ୍କ କରୋନା ନମୁନା ପରୀକ୍ଷା ପାଇଁ ଦାବି କରିଛି କଂଗ୍ରେସ।

ଏଥିସହ ଯେଉଁମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କିମ୍ବା ତାଙ୍କ ପରିବାର କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ କଂଗ୍ରେସ ପ୍ରସ୍ତାବ ରଖିଥିଲା।

ସେପଟେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଥିବା କେନ୍ଦ୍ରୀୟ ମେଡିକାଲରେ  ୨୦୦୦ ବେଡ୍ ଓ ରାଜ୍ୟ ମେଡିକାଲରେ ୧୯ଶହ ବେଡ୍ ବ୍ୟବସ୍ଥା କରାଯିବ ବୋଲି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି।

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦୁଇ ଥର ବୈଠକ ଡାକିଥିବା ବେଳେ ଆଜି ପୁଣି ଥରେ ଦିଲ୍ଲୀର ସବୁଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ନମୁନା ପରୀକ୍ଷଣ ବଢାଇବାକୁ ସବୁ ଦଳର ପକ୍ଷରୁ ଦାବି କରାଯାଇଥିଲା। ସେପଟେ ୨୦ ଜୁନ ସୁଦ୍ଧା ଦୈନିକ ୧୮ହଜାର ନମୁନା ପରୀକ୍ଷଣ ପାଇଁ ଟାର୍ଗେଟ ରଖାଯାଇଥିବା ଗୃହମନ୍ତ୍ରୀ ସୂଚନା ଦେଇଥିଲେ। କରୋନା ଭଳି ମହାମାରୀର ମୁକାବିଲା ପାଇଁ ସମସ୍ତ ବିଭେଦକୁ ଭୁଲି ଏକାଠି ଲଢିବାକୁ ପଡିବ ବୋଲି ଗୃହମନ୍ତ୍ରୀ ବୈଠକରେ ମତ ରଖିଥିଲେ।   

ସେପଟେ ଦିଲ୍ଲୀରେ ଜୁନ ୨୦ ସୁଦ୍ଧା ଦୈନିକ ୧୮ ହଜାର ନମୁନା ପରୀକ୍ଷଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଏଥିସହ ଗତକାଲି ଦୁଇଟି ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସବୁ ଦଳର ସଦସ୍ୟଙ୍କୁ ଜଣାଇଥିଲେ।

ସାରା ଦେଶରେ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଦିଲ୍ଲୀ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୪୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ଶହ ପାର ହୋଇଛି।

You might also like