କରୋନା କର୍ଫ୍ୟୁ ମଧ୍ୟରେ ଖୋଲିବ ମଦ ଦୋକାନ

କୋଭିଡ ନିୟମ ଭାଙ୍ଗିଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ସକାଳ ୧୦ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଆଗ୍ରା : ଖୋଲିବ ମଦ ଦୋକାନ । କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ କରୋନା କଟକଣା ଭିତରେ ମଦ ଦୋକାନ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ରହିଛି । ତେବେ ଦୋକାନାରେ ବସି ମଦ ପିଇବାକୁ ଅନୁମତି ଦିଆଯାଇ ନାହିଁ ।

ଜିଲ୍ଲା ଏକ୍ସାଇଜ୍ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମଦ ଦୋକାନରେ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ପଡ଼ିବ। ନିୟମିତ ବ୍ୟବଧାନରେ ଦୋକାନ ସାନିଟାଇଜ ହେବା ଆବଶ୍ୟକ । କୋଭିଡ ପ୍ରୋଟୋକଲ ଭାଙ୍ଗି ଲୋକେ ଦୋକାନ ସାମ୍ନାରେ ଭିଡ଼ ଜମାଇଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଦୋକାନ ଖୋଲିଲେ ମଧ୍ୟ ବାରଗୁଡ଼ିକ ବନ୍ଦ ରହିବ। ବାର ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।  ମଦ ଦୋକାନ ଏବଂ ମଡେଲ ଦୋକାନରେ ପିଇବାକୁ ଦିଆଯିବ ନାହିଁ। ଦୋକାନ ଗୁଡିକରେ ଯେପରି କୋଭିଡ୍ ନିୟମ ପାଳନ ହେବ, ସେଥିପାଇଁ ସର୍କଲ ଇନ୍ସପେକ୍ଟରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଅନ୍ୟପଟେ ଜିଲ୍ଲା ଲିକର୍ ଆସୋସିଏସନ୍ ପକ୍ଷରୁ ଲାଇସେନ୍ସ ଅବଧି ବୃଦ୍ଧି ପାଇଁ ଦାବି କରାଯାଇଛି । ଯେତେ ଦିନ ପର୍ଯ୍ୟନ୍ତ ଦୋକାନ ଗୁଡିକ ବନ୍ଦ ରହିବ, ସେତିକି ଦିନ ପାଇଁ ସରକାର ଲାଇସେନ୍ସ ଅବଧି ବୃଦ୍ଧି କରନ୍ତୁ ବୋଲି ଦାବି କରିଛନ୍ତି । ଗତ ବର୍ଷ ଦେଶରେ ତାଲାବନ୍ଦ କାରଣରୁ ଦୋକାନୀମାନେ ଆର୍ଥିକ କ୍ଷତି ସହିଛନ୍ତି । ଏବେ ପୁଣି ସଂକ୍ରମଣ ବୃଦ୍ଧି ହେତୁ ଦୋକାନ ବନ୍ଦ ରହିଛି । ଏପରି ସ୍ଥିତିରେ ଅନ୍ୟ ରାଜ୍ୟ ସରକାରଙ୍କ ପରି ଉତ୍ତରପ୍ରଦେଶ ସରକାର ମଧ୍ୟ ଲାଇସେନ୍ସ ଅବଧି ବୃଦ୍ଧି କରିବା ଆବଶ୍ୟକ ।

ସେହିପରି ଚାହିଦାକୁ ନଜରରେ ରଖି ସରକାର ମଦର ହୋମ ଡେଲିଭରି ପାଇଁ ବ୍ୟବସ୍ଥା କରିଛନ୍ତି ଛତିଶଗଡ ସରକାର । ସୋମବାରଠାରୁ ଏହି ହୋମ ଡେଲିଭରି ଆରମ୍ଭ ହୋଇଛି । ଏଥିପାଇଁ ସରକାର ଏକ ଆପ୍ ଖୋଲିଛନ୍ତି । ଏହି ଆପରେ ଗୋଟିଏ ଦିନରେ ୪.୩୨ କୋଟିର ମଦ କିଣିଛନ୍ତି ଲୋକେ । ମଦ ଦୋକାନଠାରୁ ୧୫ କିମି ଦୂରତା ଭିତରେ ମଦ ମଗାଇ ପାରିବ ଏବଂ ହୋମ ଡେଲିଭରି ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅବକାରୀ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଅନଲାଇନ ମଦ କିଣିବା ପାଇଁ ଲକ୍ଷେରୁ ଅଧିକ ଲୋକ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ ଡାଉନଲୋଡ କରିଛନ୍ତି ।

You might also like