ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଛୁଇଁବ କି କଂଗ୍ରେସ?

ଜୟପୁର: ବିଜେପି ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। ନିର୍ବାଚନ ଫଳାଫଳ ଟ୍ରେଣ୍ଡିଂ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି। ୧୯୯ଟି ଆସନରୁ  କଂଗ୍ରେସ ୯୯ ଓ ବିଜେପି ୭୭ଟି ଆସନରେ ଆଗୁଆ ରହିଛି। ସେହିପରି ବିଏସ୍‌ପି ୩ ଓ ଅନ୍ୟାନ୍ୟ ପାର୍ଟି ୨୦ଟି ଆସନରେ ଆଗୁଆ ଅଛନ୍ତି। ଏଠାରେ ମ୍ୟାଜିକ ନମ୍ବର ୧୦୦ ଥିବା ବେଳେ କଂଗ୍ରେସ ୯୯ଟି ଆସନରେ ଆଗୁଆ ରହିଛି। ତେଣୁ ମ୍ୟାଜିକ୍‌ ନମ୍ବର ଅତିକ୍ରମ କରିବାକୁ କଂଗ୍ରେସର ସଂଘର୍ଷ ଜାରି ରହିଛି।

ଭୋଟ୍‌ ଗଣତି ଆରମ୍ଭ ସମୟରେ ରାଜସ୍ଥାନରେ କଂଗ୍ରେସ ବିଜେପିକୁ ପଛରେ ପକାଇ ଆଗୁଆ ଥିଲା। ଏହା ପରଠୁ କଂଗ୍ରେସ ନେତାଙ୍କ ଠୁ ଆରମ୍ଭ କରି ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲେ।

ପ୍ରାରମ୍ଭିକ ଟ୍ରେଣ୍ଡ୍‌ସ୍‌ରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ହାସଲ କରିବ ଓ ସରକାର ଗଠନ ମଧ୍ୟ କରିବ ବୋଲି ସଚିନ୍‌ ପାଇଲଟ୍‌ କହିଛନ୍ତି।

ତେବେ କଂଗ୍ରେସ ଜିତିଲେ ମୁଖ୍ୟମନ୍ତ୍ରୀ କିଏ ହେବ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାର୍ଟିର ହାଇ କମାଣ୍ଡ୍‌ ଏହା ନିଷ୍ପତ୍ତି ନେବେ ବୋଲି ସଚିନ୍‌ କହିଛନ୍ତି।

ସଚିନ୍‌ ପାଇଲଟ୍‌ଙ୍କୁ କିଛି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଆଉ କିଛି ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ ମତଦାନ ହୋଇଥିଲା। ଅଲୱାର ଜିଲ୍ଲା ରାମଗଡ଼ ନିର୍ବାଚନମଣ୍ଡଳୀର ବିଏସ୍‌ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ବନ୍ଦ ରହିଥିଲା।

You might also like