ଲକ୍‌ଡାଉନ୍ ଦୁଃଖ:, ରୋଗୀଣା ଝିଅକୁ କାନ୍ଧରେ ବସାଇ ୨୬କି.ମି ଚାଲିଲେ ବୃଦ୍ଧ

ମୁମ୍ୱାଇ: ନିକଟରେ ଲକଡାଉନ ବେଳେ ଜଣେ ପୁଅ ତାଙ୍କ ବୃଦ୍ଧ ରୋଗୀଣା ବାପାଙ୍କୁ ଟେକି ଟେକି ଆଣୁଥିବାର ଦୃଶ୍ୟ ଦେଖିଥିଲେ।  ଏବେ ଠିକ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ। ଜଣେ ୬୦ ବର୍ଷର ବୃଦ୍ଧ ତାଙ୍କର ୧୭ ବର୍ଷର ରୋଗୀଣା ଝିଅକୁ କାନ୍ଧରେ ବସାଇ ଖରାରେ ଚାଲିଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ମହାମାରୀକୁ ନେଇ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ଦେଶରେ କରୋନା ମହାମାରୀ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ମେ’୩ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌କୁ ବଢ଼ାଇ ଦେଇଛନ୍ତି। ଏନେଇ ରାସ୍ତାରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।

ଏପରି ପରିସ୍ଥିତିରେ, ଯେତେବେଳେ ଝିଅଟିର ଦେହ ଅସୁସ୍ଥ ହୋଇଛି, ମହମ୍ମଦ ରଫି ନାମକ ଜଣେ ବ୍ୟକ୍ତି ଝିଅକୁ କାନ୍ଧରେ ବସାଇ ୨୬ କିଲୋମିଟର ଚାଲିଚାଲି ମେଡିକାଲରେ ପହଞ୍ଚିଥିଲେ।

ଖବର ଅନୁଯାୟୀ, ମୁମ୍ୱାଇ ସ୍ଥିତ ଗୋଭାଣ୍ଡିର ଏକ ବସ୍ତିରେ ରହୁଥିବା ମହମ୍ମଦ ରଫି ରୋଷେଇ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯାଇଥିଲା। ରଫି କହିଛନ୍ତି ଯେ, ଗୁରୁବାର ଦିନ ଝିଅର ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଫଳରେ ଝିଅଟି ବିଛଣାରୁ ଉଠି ପାରୁନଥିଲା। ସେ କହିଛନ୍ତି, ଝିଅର କଷ୍ଟ ବି ମୁଁ  ଦେଖିପାରୁ ନଥିଲି। ପରେ ଯାନବାହାନର କୌଣସି ସୁବିଧା ନପାଇବାରୁ ବାଧ୍ୟହୋଇ ଝିଅକୁ କାନ୍ଧରେ ବସାଇ ଖରାରେ ଚାଲିଚାଲି କେଇଏମ୍‌(KEM) ମେଡିକାଲକୁ ନେଇଥିଲି।

ଏହି ଦୃଶ୍ୟ ଦେଖିବା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

 

You might also like